28.1 C
Bhubaneswar
Saturday, September 26, 2026
Homeଓଡିଶାଶ୍ରୀମନ୍ଦିରରେ ଦୂର ହେବ କାଠ ସଙ୍କଟ !

ଶ୍ରୀମନ୍ଦିରରେ ଦୂର ହେବ କାଠ ସଙ୍କଟ !

ପୁରୀ : ଶ୍ରୀମନ୍ଦିରରେ ଦୂର ହେବ କାଠ ସଙ୍କଟ। ମହାପ୍ରସାଦ ପ୍ରସ୍ତୁତିରେ ଆଉ ରହିବନି କାଠର ସଙ୍କଟ। କାଠ ସଙ୍କଟକୁ ନେଇ  ତତ୍ପର ହୋଇଉଠିଛି ପ୍ରଶାସନ। କାଠ ସମସ୍ୟା କିଭଳି ଦୂର ହେବ ସେନେଇ ସୁଆର ମହାସୁଆର ନିଯୋଗ ସହିତ ବୈଠକ କରିଥିଲେ ପୁରୀ ଜିଲ୍ଲାପାଳ।ତେବେ କାଠ ସମସ୍ୟା ଦୂର ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଏକ ଟିମ୍ ଗଠନ କରାଯାଇଛି। ଶ୍ରୀମନ୍ଦିରକୁ ପର୍ଯ୍ୟାପ୍ତ କାଠ କିଭଳି ଯୋଗାଯିବ ସେନେଇ ବୈଠକରେ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିରକୁ ମହାପ୍ରସାଦ ପ୍ରସ୍ତୁତି ପାଇଁ ଅସ୍ତରଙ୍ଗରୁ କାଠ ଆସୁଥିବା ବେଳେ ଏବେ ଚିଲିକାରୁ ମଧ୍ୟ କାଠ ଆସିବା ନେଇ ଯୋଜନା କରୁଛି ପ୍ରଶାସନ। ଖୁବଶୀଘ୍ର କାଠ ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ସେବାୟତ କହିଛନ୍ତି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବନ ବିଭାଗର ଅଧିକାରୀ, ସୁଆର ମହାସୁଆର ନିଯୋଗର ସଭାପତି, ସମ୍ପାଦକ ଏବଂ ସହ ସମ୍ପାଦକଙ୍କ ସହ ବରିଷ୍ଠ ସେବାୟତ ଏହି କମିଟିରେ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking