31.1 C
Bhubaneswar
Wednesday, August 12, 2026
Homeଦେଶ ବିଦେଶମୁମ୍ବାଇରେ ଭୟଙ୍କର ଭୂସ୍ଖଳନ: ମାଟି ତଳେ ଚାପି ହୋଇ ୫ ମୃତ

ମୁମ୍ବାଇରେ ଭୟଙ୍କର ଭୂସ୍ଖଳନ: ମାଟି ତଳେ ଚାପି ହୋଇ ୫ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଲଗାଣ ବର୍ଷା ମଧ୍ୟରେ ବଡ଼ ଅଘଟଣ। ବୁଧବାର ଭୋର ପ୍ରାୟ ୩ଟା ସମୟରେ କୁର୍ଲାର ଅଶୋକନଗର ଅଞ୍ଚଳରେ ଭୂସ୍ଖଳନ ହେବାରୁ ଅନେକ ଲୋକ ମାଟି ଓ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିବା ଆଶଙ୍କା କରାଯାଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି। ଆହୁରି କିଛି ଲୋକ ମାଟି ତଳେ ଫସିଥିବା ଆଶଙ୍କା ରହିଛି।ଘଟଣାର ଖବର ପାଇବା ମାତ୍ରେ ପୋଲିସ, ବିଏମସି, ଏନଡିଆରଏଫ୍ ସମେତ ବିଭିନ୍ନ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମାଟି ଓ ଭଗ୍ନାବଶେଷ ହଟାଇ ଫସିଥିବା ଲୋକଙ୍କୁ ଖୋଜିବା ପାଇଁ ଜୋରଦାର ରେସ୍କ୍ୟୁ ଅପରେସନ୍ ଜାରି ରହିଛି।

ପୋଲିସର ସୂଚନା ଅନୁସାରେ, ଘାଟକୋପର ପୋଲିସ ଷ୍ଟେସନ୍ ଅଧୀନ ଅଶୋକନଗର ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଛି। ଡିସିପି ଗଣେଶ ସିନ୍ଦେଙ୍କ ଅନୁସାରେ, ଭୋର ପ୍ରାୟ ୩ଟାରେ ଏହି ଅଘଟଣ ଘଟିଥିଲା। ପ୍ରାଥମିକ ସୂଚନା ଅନୁସାରେ ପ୍ରାୟ ୪ରୁ ୫ ଜଣ ଲୋକ ମାଟି ତଳେ ଫସିଥିବା ଆଶଙ୍କା କରାଯାଇଥିଲା।ଉଦ୍ଧାରକାରୀ ଟିମ୍ ଲଗାତାର ମାଟି ହଟାଇ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅଧିକାରୀଙ୍କ ସୂଚନା ଅନୁସାରେ, ଲ୍ୟାଣ୍ଡସ୍ଲାଇଡ୍ ପରେ ୨ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆହତମାନଙ୍କ ମଧ୍ୟରେ ୧୮ ବର୍ଷୀୟ ସୋହେଲ ଅନସାରୀ ଏବଂ ୧୪ ବର୍ଷୀୟ ମହମ୍ମଦ ଅନସାରୀ ଅଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଯାଇଥିବାବେଳେ ସେମାନଙ୍କ ସ୍ଥିତି ସ୍ଥିର ଥିବା କୁହାଯାଇଛି।ଅନ୍ୟପଟେ, ୨୮ ବର୍ଷୀୟ ସାହିଲ ଅନସାରୀ ଏବଂ ୧୪ ବର୍ଷୀୟ ମହମ୍ମଦ ସମୀରଙ୍କୁ ରାଜାୱାଡି ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଶୋକନଗର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଘଟଣାସ୍ଥଳରେ ପରିବାର ଲୋକଙ୍କ ଆଖିରେ ଲୁହ ଓ ଆତ୍ମୀୟଙ୍କୁ ଖୋଜିବାର ଆତୁରତା ଦେଖିବାକୁ ମିଳିଛି।ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁମ୍ବାଇ ମେୟର ଋତୁ ତାୱଡେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୋଲିସ ଓ ପ୍ରଶାସନିକ ଟିମ୍ ମାଟି ତଳେ ଆଉ କେହି ଫସିଛନ୍ତି କି ନାହିଁ, ସେନେଇ ଲଗାତାର ସନ୍ଧାନ ଚଳାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking