31.1 C
Bhubaneswar
Wednesday, August 12, 2026
Homeଦେଶ ବିଦେଶବଢ଼ିଲା ବିଦେଶୀ ଋଣ ଭାର: ବଳକା ଋଣ ଫେରାଇବେ ଓଡ଼ିଶା ସରକାର

ବଢ଼ିଲା ବିଦେଶୀ ଋଣ ଭାର: ବଳକା ଋଣ ଫେରାଇବେ ଓଡ଼ିଶା ସରକାର

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ଲଗାତର ଦୁର୍ବଳ ହେବାରେ ଲାଗିଛି । ଏହାଦ୍ବାର ବଢ଼ିଛି ବିଦେଶୀ ଋଣ ଭାର । ଏବେ ଏହାର ପ୍ରଭାବରେ କେତେକ ପ୍ରକଳ୍ପ ପାଇଁ ଅନୁମୋଦିତ ଋଣ ରାଶି ପ୍ରକୃତ ଆବଶ୍ୟକତାଠାରୁ ଅଧିକ ହୋଇପାରେ । ଅବ୍ୟବହୃତ ଋଣ ଉପରେ ‘କମିଟମେଣ୍ଟ ଚାର୍ଜ’ ଦେବାକୁ ପଡ଼ୁଥିବାରୁ ଅନାବଶ୍ୟକ ଆର୍ଥିକ ଭାର ଏଡ଼ାଇବା ପାଇଁ ରାଜ୍ୟ ସରକାର ବଳକା ଋଣର ପୁନଃଆକଳନ କରିବାକୁ ପଦକ୍ଷେପ ନେଇଛନ୍ତି ।ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ଚିଠିରେ ବିଶ୍ୱବ୍ୟାଙ୍କ ଗ୍ରୁପ୍‌ ସହାୟତାପ୍ରାପ୍ତ ବାହ୍ୟ ସହାୟତାପ୍ରାପ୍ତ ପ୍ରକଳ୍ପଗୁଡ଼ିକରେ ସମ୍ଭାବ୍ୟ ଋଣ ସଞ୍ଚୟ ଆକଳନ କରିବାକୁ ଇଞ୍ଜିନିୟର-ଇନ୍-ଚିଫ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକଳ୍ପର ଆବଶ୍ୟକତାଠାରୁ ଅଧିକ ଥିବା ଋଣ ରାଶିକୁ ବାତିଲ କରିବା ପାଇଁ ଔପଚାରିକ ପ୍ରସ୍ତାବ ଦାଖଲ କରିବାକୁ ମଧ୍ୟ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking