32.1 C
Bhubaneswar
Sunday, September 20, 2026
Homeଦେଶ ବିଦେଶମଧ୍ୟପ୍ରଦେଶରେ ଅକ୍ଟୋବର ୧୬ରୁ ପେଟ୍ରୋଲ ପମ୍ପଗୁଡ଼ିକରେ ୟୁପିଆଇ ପେମେଣ୍ଟ ବନ୍ଦ !

ମଧ୍ୟପ୍ରଦେଶରେ ଅକ୍ଟୋବର ୧୬ରୁ ପେଟ୍ରୋଲ ପମ୍ପଗୁଡ଼ିକରେ ୟୁପିଆଇ ପେମେଣ୍ଟ ବନ୍ଦ !

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପେଟ୍ରୋଲ ପମ୍ପଗୁଡିକରେ ୨ ହଜାର ଟଙ୍କାରୁ ଅଧିକ ଇନ୍ଧନ ବିଲ ପାଇଁ ୟୁପିଆଇ ପେମେଣ୍ଟ ଗ୍ରହଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମଧ୍ୟପ୍ରଦେଶର ପେଟ୍ରୋଲ ପମ୍ପ ଡିଲର୍ସ ଆସୋସିଏସନ ଅନୁଯାୟୀ, ୧୬ ଅକ୍ଟୋବର ୨୦୨୬ରୁ ରାଜ୍ୟ ସାରା ପ୍ରାୟ ୪, ୭୦୦ ପେଟ୍ରୋଲ ପମ୍ପରେ ଏହା କାର୍ଯ୍ୟକାରୀ ହେବ । ଯଦି କୌଣସି ଗାଡି ଚାଳକଙ୍କ ପେଟ୍ରୋଲ କିମ୍ବା ଡିଜେଲ ବିଲ ୨୦୦୦ ଟଙ୍କାରୁ ଅଧିକ ହୁଏ, ତେବେ ତାଙ୍କୁ ପେମେଣ୍ଟ ପାଇଁ ନଗଦ ଟଙ୍କା ବ୍ୟବହାର କରିବାକୁ ପଡିବ । ୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର ପାଇଁ ମୋଟ ୫.୯୦ ଟଙ୍କା ଖର୍ଚ୍ଚ ହୁଏ, ଯେଉଁଥିରେ ୫ ଟଙ୍କା ଏମଡିଆର ଏବଂ ୧୮ ପ୍ରତିଶତ ଜିଏସଟି ରହିଛି । ଅନ୍ୟପଟେ ଇନ୍ଦୋର ରିଟେଲ ଗାର୍ମେ ଣ୍ଟସ ଆସୋସିଏସନ ଶୁକ୍ରବାର ଏକ ପୋଷ୍ଟରେ ଲେଖିଛନ୍ତି, ବ୍ୟବସାୟୀମାନେ ସେପ୍ଟେମ୍ବର ୨୩ ତାରିଖରେ ନୋ ୟୁପିଆଇ ଦିବସ ପାଳନ କରିବେ । ସେ କହିଛନ୍ତି, କେନ୍ଦ୍ର ସରକାର ନିଷ୍ପତ୍ତିକୁ ପୁନର୍ବିଚାର କରନ୍ତୁ । ପେଟ୍ରୋଲ ଏବଂ ଡିଜେଲ ସହିତ ଜଡିତ ବ୍ୟବସାୟିକ କାରବାରକୁ ଏମଡିଆର ମୁକ୍ତ ରଖିବାକୁ ଅନୁରୋଧ କରିଛି । ଏପଟେ ଝାଡଖଣ୍ଡ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ତୁଳସୀ ପଟେଲ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି । ଏହାକୁ କାର୍ଯ୍ୟକାରୀ ହେବା ପରେ ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରର ଚିନ୍ତା ବିଷୟରେ ତାଙ୍କୁ ଅବଗତ କରାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking