25.6 C
Bhubaneswar
Wednesday, July 22, 2026
Homeଦେଶ ବିଦେଶବେଞ୍ଜାମିନ ନେତାନ୍ୟାହୁଙ୍କୁ ଜୋହରାନ ମମଦାନୀଙ୍କ ବଡ଼ ବୟାନ

ବେଞ୍ଜାମିନ ନେତାନ୍ୟାହୁଙ୍କୁ ଜୋହରାନ ମମଦାନୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ:  ନ୍ୟୁୟର୍କର ମେୟର ଜୋହରାନ ମମଦାନୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ଆସନ୍ତା ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ନ୍ୟୁୟର୍କ ଆସନ୍ତି, ତେବେ ତାଙ୍କୁ ଗିରଫ କରାଯାଇପାରିବ କି ନାହିଁ, ସେନେଇ ପ୍ରଶାସନ ଆଇନଗତ ପରାମର୍ଶ ନେଉଛି । ଏକ ସାକ୍ଷାତକାରରେ ମମଦାନୀ କହିଛନ୍ତି, ତାଙ୍କ ମତରେ ପ୍ରଧାନମନ୍ତ୍ରୀଙ୍କ ସ୍ଥାନ ହେଗ୍‌ରେ ରହିବା ଉଚିତ । ସେ କହିଛନ୍ତି, ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ (ICC) ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି ଏବଂ ଅନେକ ଲୋକ ତାଙ୍କୁ ଯୁଦ୍ଧ ଅପରାଧୀ ବୋଲି ବିବେଚନା କରୁଛନ୍ତି  ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ଗିରଫ କରିବାର କ୍ଷମତା ନ୍ୟୁୟର୍କ ମେୟରଙ୍କ ପାଖରେ ଅଛି କି ନାହିଁ , ସେନେଇ ଆଇନଗତ ସ୍ଥିତି ସ୍ପଷ୍ଟ ନୁହେଁ । ଏହି ପ୍ରସଙ୍ଗରେ ନ୍ୟୁୟର୍କ ସିଟିର ଆଇନ ବିଭାଗ ସହ ଆଲୋଚନା ଚାଲିଥିବା ସେ କହିଛନ୍ତି । ଆଇନ ଯାହା ଅନୁମତି ଦେବ, ଆମେ କେବଳ ସେହି ପଦକ୍ଷେପ ନେବୁ, ବୋଲି ମମଦାନୀ କହିଛନ୍ତି । ଅନ୍ୟପଟେ ଆଇନ ବିଶେଷଜ୍ଞମାନେ କହିଛନ୍ତି, ଏହି ପ୍ରସଙ୍ଗ ଅତ୍ୟନ୍ତ ଜଟିଳ । କାରଣ ଆମେରିକା ICCର ସଦସ୍ୟ ନୁହେଁ ଏବଂ ଏହାର ଅଧିକାରକୁ ସରକାରୀ ଭାବେ ସ୍ୱୀକୃତି ମଧ୍ୟ ଦେଇନାହିଁ । ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରାଯିବ କି ନାହିଁ, ତାହା ସମ୍ପୂର୍ଣ୍ଣ ଆଇନଗତ ବ୍ୟାଖ୍ୟା ଉପରେ ନିର୍ଭର କରିବ । ଏବେ ସମସ୍ତଙ୍କ ନଜର ସେପ୍ଟେମ୍ବରେ ହେବାକୁ ଥିବା ଜାତିସଂଘ ସାଧାରଣ ସଭା ଉପରେ ରହିଛି । ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ଗସ୍ତ କଲେ ପ୍ରଶାସନ ପ୍ରକୃତିରେ କୌଣସି ପଦକ୍ଷେପ ନେବ କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking