28.3 C
Bhubaneswar
Friday, July 17, 2026
Homeଓଡିଶା ବୃଦ୍ଧ, ଶିଶୁ ଓ ରୋଗୀଙ୍କୁ ପୁରୀ ନଆସିବାକୁ ଅନୁରୋଧ: ଡିଜିପି

 ବୃଦ୍ଧ, ଶିଶୁ ଓ ରୋଗୀଙ୍କୁ ପୁରୀ ନଆସିବାକୁ ଅନୁରୋଧ: ଡିଜିପି

ପୁରୀ:  ବୃଦ୍ଧ, ଶିଶୁ ଓ ରୋଗୀଙ୍କୁ ପୁରୀ ନଆସିବାକୁ ଅନୁରୋଧ କରିଛନ୍ତି ପୁଲିସ ଡିଜି  l ଦ୍ୱିତୀୟ ଦିନରେ ଶାନ୍ତିଶୃଙ୍ଖଳା ସହ ମହାପ୍ରଭୁଙ୍କ ରଥଟଣା ହୋଇଛି । ରଥଯାତ୍ରାର ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ଶାନ୍ତିଶୃଙ୍ଖଳାର ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଟଣା କାର୍ଯ୍ୟ ହେଉଛି । ପ୍ରଶାସନ ଓ ପୁଲିସର କଡ଼ା ବ୍ୟବସ୍ଥା ଯୋଗୁଁ କୌଣସି ଅଘଟଣ ଘଟିନଥିବା ଜଣାପଡିଛି। ମହାପ୍ରଭୁଙ୍କ ଦର୍ଶନକୁ ଅଧିକ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ପ୍ରଶାସନ ଗୁରୁତ୍ୱ ଦେବ ବୋଲି ଡିଜିପି ୱାଇବି ଖୁରାନିଆ ସୂଚନା ଦେଇଛନ୍ତି । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ବ୍ୟବସ୍ଥା କରାଯିବ ।ଏନେଇ ଡିଜିପି କହିଛନ୍ତି, ଆଗାମୀ ଦିନରେ ଦର୍ଶନ ସମୟରେ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଡ ଓ କ୍ୟୁ ଲାଇନ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯିବ । ଗହଳିରେ ଅସୁବିଧା ହେବା ଆଶଙ୍କାରେ ଡିଜିପି ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି । ବୃଦ୍ଧ, ଛୋଟ ଛୁଆ ଏବଂ ରୋଗୀ ମାନେ ଏହି ଅତ୍ୟଧିକ ଗହଳି ଭିତରକୁ ନଆସିବା ପାଇଁ ଅନୁରୋଧ କରିଛନ୍ତି ପୁଲିସ ଡିଜି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking