ପୁରୀ: ଭାଇଗିରି ଭିଡିଓ ଭାଇରାଲ । ସାଇଡ ମରାକୁ କେନ୍ଦ୍ରକରି ୪ଯୁବକଙ୍କୁ ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ ସହିତ ଗାଡ଼ି ଭଙ୍ଗାରୁଜା । ଏହି ଆକ୍ରମଣାତ୍ମକ ଦୃଶ୍ୟ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି । ସାମାନ୍ୟ ସାଇଡ ମରାକୁ କେନ୍ଦ୍ର କରି ଗୋଟିଏ କାରରେ ପିପିଲିରୁ ଚାରିଛକ ଅଭିମୁଖେ ଆସୁଥିବା ୪ଜଣ ଯୁବକଙ୍କୁ ଅନ୍ୟ ଏକ କାରରେ ଥିବା କିଛି ଦୁର୍ବୁତ୍ତ ନିମାପଡ଼ା ଜୟଶ୍ରୀ ଛକ ନିକଟରେ ଅଟକାଇ ଆକ୍ରମଣ କରୁଛନ୍ତି । ମାଡ଼ ମାରିବା ସହ ଗାଡ଼ି କାଚ ଭଙ୍ଗାରୁଜା କରିଛନ୍ତି । ଏନେଇ ନିମାପଡା ଥାନାରେ ଅଭିଯୋଗ ହୋଇଛି । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଡ୍ରାଇଭର ସମେତ ୩ଜଣ ଆହତ ହୋଇଛନ୍ତି। ପୁଲିସ ଭଙ୍ଗାରୁଜା ହୋଇଥିବା କାରକୁ ଜବତ କରିଥିବା ବେଳେ ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଅନ୍ୟପଟେ ଗଣ୍ଡଗୋଳର ସମ୍ପୂର୍ଣ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଉଛି । ଅଭିଯୋଗ ଆଧାରରେ ପୁଲିସ ଦୁର୍ବୁତ୍ତମାନଙ୍କୁ ଧରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।










