27.2 C
Bhubaneswar
Monday, July 20, 2026
Homeଓଡିଶାବିଦ୍ୟୁତ ସଂସ୍ପର୍ଶରେ ଆସି କାଠ ମିସ୍ତ୍ରୀଙ୍କ ମୃତ୍ୟୁ

ବିଦ୍ୟୁତ ସଂସ୍ପର୍ଶରେ ଆସି କାଠ ମିସ୍ତ୍ରୀଙ୍କ ମୃତ୍ୟୁ

ଦିଗପହଣ୍ଡି: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଆଦିକନ୍ଦପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ନାରାୟଣ ଗୈାଡଙ୍କ ଘରେ କାଠ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଜଣେ କାଠ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମ ଉପର ସାହିର ନାରାୟଣ ମହାରଣା (୫୮) ।କାଠ ମିସ୍ତ୍ରୀ ଜଣକ ଆଦିକନ୍ଦପୁର ଗ୍ରାମର ନାରାୟଣଙ୍କ ଘରେ କାଠ କାମ କରୁଥିଲେ । ମଧ୍ୟାହ୍ନ ପାୟ ସାଢେ ୧୧ ଟାରେ ସେ ବିଦ୍ୟୁତ ଚାଳିତ ଡ୍ରିଲ ମେସିନ ସାହାଯ୍ୟରେ କାମ କରୁଥିବା ବେଳେ ଅସାବଧାନତା କାରଣରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କିଛି ଦୂରକୁ ଛିଟିକି ପଡ଼ିଥିଲେ ।  ଘର ମାଲିକ ଓ କିଛି ଗ୍ରାମବାସୀ କାଠ ମିସ୍ତ୍ରୀ ନାରାୟଣଙ୍କୁ ଅଚେତ ଅବସ୍ଥାରେ  ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାସୁଦେବପୁର ସରପଞ୍ଚ ପ୍ରତିନିଧି ଏମ୍. ସନ୍ତୋଷ ଦିଗପହଣ୍ଡି ଥାନାକୁ ଏନେଇ ସୂଚନା ଦେବାପରେ  ପୋଲିସ ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ  ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking