27.2 C
Bhubaneswar
Monday, July 20, 2026
Homeଓଡିଶାପୁଣି କଲେଜ ଛାଡ଼ି ଲୋୟର ପିଏମ୍‌ଜିରେ ଅଧ୍ୟାପକଙ୍କ ବିକ୍ଷୋଭ

ପୁଣି କଲେଜ ଛାଡ଼ି ଲୋୟର ପିଏମ୍‌ଜିରେ ଅଧ୍ୟାପକଙ୍କ ବିକ୍ଷୋଭ

ଭୁବନେଶ୍ୱର : ପୁଣି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ , ପୁଣି ରାଜରାସ୍ତାକୁ ଓହ୍ଲାଇଲେ । କଲେଜ ଛାଡ଼ି ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରୁଛନ୍ତି ନିଖିଳ ଓଡ଼ିଶା ୬୬୨ ଅନୁଦାନପ୍ରାପ୍ତ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅଧ୍ୟାପକ ଓ କର୍ମଚାରୀମାନେ ଏକାଠି ହୋଇ ନିଜ ଅଧିକାର ପାଇଁ ଲଢେଇ କରୁଛନ୍ତି। ସରକାରୀ ବିରୋଧୀ ନାରାବାଜିରେ କମ୍ପୁଛି ଧାରଣାସ୍ଥଳ ।

ଦୀର୍ଘ ଦିନ ଧରି ସେମାନଙ୍କ ନ୍ୟାୟ ସଙ୍ଗତ ଦାବି ପୂରଣ ହେଉନଥିବାରୁ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଥିବା ସଂଘ କହିଛି , ୪ ଦଫା ଦାବି ରହିଛି। ସର୍ତ୍ତାବଳୀ ସହ ପେନସନ୍‌ ଯୋଗାଇ ଦେବା, ଅବସର ବୟସ ୬୦ରୁ ୬୨ ବର୍ଷ କରିବା, ଏକକାଳୀନ ସବୁ ଦରମା ଦେବା, ୧୨ ଶହ କଲେଜକୁ ସରକାରୀକରଣ କରିବାକୁ ଦାବି ରଖିଛି ସଂଘ। ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking