28.9 C
Bhubaneswar
Wednesday, July 22, 2026
Homeଓଡିଶାଖୋଲିଲା ହୀରାକୁଦର ୪ଟି ଗେଟ

ଖୋଲିଲା ହୀରାକୁଦର ୪ଟି ଗେଟ

ସମ୍ବଲପୁର: ଆଜି ପୁଣି ଖୋଲିଲା ହୀରାକୁଦ ଡ୍ୟାମ ଗେଟ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରୀକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଡ୍ୟାମର ଆଜି ୪ଟି ଗେଟ ଖୋଲାଯାଇଛି । ମୋଟ ୪ଟି ସ୍ଲୁଇସ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେବ । ବାମ ପାଶ୍ୱର୍ର ୩ ଓ ଡାହାଣ ପାଶ୍ୱର୍ର ଗୋଟିଏ ଗେଟ ଖୋଲା ଯାଇଛି । ଏନେଇ ମହାନଦୀର ତଳିଆ ଅଂଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଜଳସ୍ତର ବୃଦ୍ଧି ପରିସ୍ଥିତିକୁ ଦେଖି ଆବଶ୍ୟକ ଅନୁଯାୟୀ, ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking