ପୁରୀ: ଆଡପ ମଣ୍ଡପରେ ଆରମ୍ଭ ହେଲା ଦର୍ଶନ । ପାଗ ଅନୁକୂଳ ଥିବାରୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି । ଆଡପ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଧାଡି ଲାଗିଛି । ୩ଟି ଧାଡିରେ ବ୍ୟାରିକେଡ ଦେଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବଡଶଙ୍ଖ ଛକଠାରୁ ଟ୍ରାଫିକ କଟକଣା ଲାଗୁ ହୋଇଛି । ମେଡିକାଲ ଛକଠାରୁ ଗାଡି ମୋଟର ପ୍ରବେଶ ନିଷେଧ କରିଛି ପ୍ରଶାସନ । ସେପଟେ ଆଜି ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡପ ଅବଢା । ଯାହାକୁ ଭକ୍ତମାନେ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ସହିତ ସୁଆର ମହାସୁଆର ନିଯୋଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖାଯାଇ ସମସ୍ତ ପ୍ରସ୍ତୁତି କରାଯାଇଛି । ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆରଙ୍କ ସୂଚନା ଅନୁଯାୟୀ, ଆଜି ଦିନ ୨ଟା ୩୦ ସୁଦ୍ଧା ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପରେ ଆଡପ ଅବଢା ବାହାରିବ ।










