ବାଲେଶ୍ବର: ରାସ୍ତା ପାର୍ଶ୍ବକୁ ଓଲଟିଲା ଲୁଣ ବୋଝେଇ ଇଞ୍ଜିନଚାଳିତ ରିକ୍ସା । ଘଟଣାସ୍ଥଳରେ ହେଲପର ମୃତ ଓ ଡ୍ରାଇଭର ଗୁରୁତର । ବାଲେଶ୍ବର ଜିଲ୍ଲା କମର୍ଦା ଥାନା ଜଳଧା ଛକରେ ଦୁର୍ଘଟଣା। ସୂଚନା ଅନୁସାରେ, ସକାଳେ ଏକ ଇଂଜିନ ଚାଳିତ ରିକ୍ସାରେ ଲୁଣ ଭର୍ତ୍ତି ହୋଇ ପଡ଼ୋଶୀ ପଶ୍ଚିମବଙ୍ଗରୁ ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ଭୋଗରାଇର ଜଳଧା ନିକଟରେ ରିକ୍ସାଟିର ସେଲ ଭାଙ୍ଗିଯାଇଥିଲା।ଫଳରେ ରିକ୍ସାଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡିଥିଲା। ଯେଉଁଥିରେ ରିକ୍ସାରେ ଥିବା ହେଲ୍ପର ଜଣକ ଲୁଣ ବସ୍ତା ତଳେ ଚାପି ହୋଇ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ରିକ୍ସା ଚାଳକ ଅଳ୍ପେକ ବର୍ତ୍ତି ଯାଇ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କମର୍ଦ୍ଦା ଡାକ୍ତରଖାନାକୁ ପଠାଇ ଥିଲାବେଳେ ଡାକ୍ତର ସେଠାରେ ହେଲ୍ପରଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ହେଲ୍ପର ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ଦେଉଳି ଗ୍ରାମର ମଣ୍ଟୁ ପାଲ। ଗୁରୁତର ରିକ୍ସା ଚାଳକ ଜଣକ ହେଲେ ପଦ୍ମପୁର ଗ୍ରାମର ସୁକୁମାର ଭୂୟାଁ। କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










