କଟକ: ଆଜି ମୁସଲିମ ସଂପ୍ରଦାୟ ପାଳନ କରୁଛନ୍ତି ତ୍ୟାଗର ପର୍ବ ଉଦ- ଉଜ- ଜୁହା । ଏଥିପାଇଁ କଟକ ଜିଲ୍ଲା, ପୋଲିସ ପ୍ରଶାସନ ଠାରୁ ଭାଇଚାରାର ସହର କଟକ ବାସୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ୭ଟାରେ ଦରଘାବଜାର ଛୋଟି ମସଜିଦରେ ପ୍ରଥମ ସମୂହ ନମାଜ ପାଠ ହୋଇଛି । ସେହିପରି କମଦରସୁଲ ମସଜିଦରେ ସକାଳ ୮ଟାରେ ଓ ସକାଳ ୯ଟାରେ ଦୁଇଥର ସମୂହ ନମାଜ ପାଠ ଓ ପ୍ରାର୍ଥନା କରାଯିବ । ଏଥିପାଇଁ କଟକ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସହରର ଗଳିକନ୍ଦିରେ ପୋଲିସ ମୁତୟନ କରାଯାଇଛି । ଅନ୍ୟପଟରେ ସୋର ପୌରପାଳିକା ଅନ୍ତର୍ଗତ ଇଦଘା ପଡିଆ ଠାରେ ସକାଳ ୭.୩୦ ରେ ମୁସଲିମ ସମ୍ପ୍ରଦାୟ ତରଫରୁ ଇଦ ଉଲ ଜୁହା ପାଳନ ଅବସରରେ ଏକ ସମୂହ ନମାଜ ପାଠ ଅନୁଷ୍ଠିତ ହୋଇଥିବା ବେଳେ ସହିତ ପରସ୍ପର କୁ ଇଦର ଶୁଭେଛା ଜଣାଇ ଏହି ପର୍ବକୁ ପାଳନ କରିଥିଲେ । ଏଠାରେ ପଠାନ ମହଲା ମସଜିଦ ର ମୌଲାନା ଶ୍ରଦ୍ଧାଳୁଙ୍କୁ ନମାଜ ପାଠ କରାଇଥିଲେ. ସେହିଭଳି ସକାଳ ୯.୩୦ ରେ ପଠାଣ ମହଲା ମସଜିଦ ରେ ନମାଜ ପାଠ କରାଯାଇଥିବା ବେଳେ କାଜି ମହଲା ମସଜିଦ ରେ ମଧ୍ୟ ନମାଜ ପାଠ କରାଯାଇଥିଲା। ନମାଜ ପାଠ ସରିବା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ଘରକୁ ଯାଇ ସୁସ୍ୱାଦୁ ଖାଦ୍ୟ ଗ୍ରହଣ କରିଥିଲେ। ଏଥିରେ ପାର ମହଲା, ପଠାନ ମହଲା,କାଶୀପୁର,ଖପରା ନାଳ,ଛତ୍ରପୁର,ମୋଦି ନଗର ଇଟୁଆ ଆଦି ଅଂଚଳ ଓ ସୋର ବ୍ଲକ ପାଖର ପଂଚାୟତ ବେଲପୁର କନ୍ଥି ଗଢିଆ ଅଂଚଳର ମୁସଲମାନ ଭାଇ ମାନେ ବେଲପୁର ଇଦଘା ପଡିଆ ଓ ମସଜିଦ ରେ ମଧ୍ୟ ନମାଜ ପାଠ କରିଥିଲେ। ନମାଜ ପାଠ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।










