34.1 C
Bhubaneswar
Thursday, May 28, 2026
Homeଦେଶ ବିଦେଶବିମାନ ଇନ୍ଧନ ଦର ବଢ଼ିବା ପରେ ବିମାନ ସେବା ପ୍ରଭାବିତ

ବିମାନ ଇନ୍ଧନ ଦର ବଢ଼ିବା ପରେ ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ: ଯୁଦ୍ଧର ପ୍ରଭାବ ଘରୋଇ ବିମାନ ଚଳାଚଳ ଉପରେ ପଡିଛି । ଯୁଦ୍ଧ ଯୋଗୁଁ ବିମାନ ଇନ୍ଧନ ଦର ବଢିବା ପରେ ବିମାନ ସେବା ପ୍ରଭାବିତ ହୋଇଛି । ଉଡାଣରେ କାଟଁଛାଟଁ କଲେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ୨୨% ଘରୋଇ ଉଡାଣ କମାଇଲା ଏୟାର ଇଣ୍ଡିଆ । ସେହିପରି ୫ରୁ ୭ % କମାଇବାକୁ ଇଣ୍ଡିଗୋ ଯୋଜନା କରିଛି । ଜୁନରୁ ଏହା ଲାଗୁ ହେବ । ଇନ୍ଧନ ଦରବୃଦ୍ଧି ଚାପ ଅସହ୍ୟ ହେବାରୁ ଦେଶର ଦୁଇ ବଡ ଏୟାରଲାଇନ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଘରୋଇ ବିମାନ ଉଡାଣ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି । ଏୟାର ଇଣ୍ଡିଆ ଘରୋଇ ରୁଟରେ ୨୨ ପ୍ରତିଶତ ଓ ଇଣ୍ଡିଗୋ ୫ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ଉଡାଣ ବାତିଲ କରିଛି । ଆସନ୍ତା ଜୁନରୁ ଅଗଷ୍ଟ ମଧ୍ୟରେ ଉଭୟ କମ୍ପାନୀ ଉଡାଣ ହ୍ରାସ ପାଇବା ପୂର୍ବରୁ ଉଭୟ ସଂସ୍ଥା ଅନ୍ତର୍ଜାତୀୟ ରୁଟରେ ଉଡାଣ ବାତିଲ କରିଥିଲେ । ଏୟାର ଇଣ୍ଡିଆ ୨୭ ପ୍ରତିଶତ ଓ ଇଣ୍ଡିଗୋ ୧୭ ପ୍ରତିଶତ ଅନ୍ତର୍ଜାତୀୟ ଉଡାଣ ବାତିଲ କରିଥିଲା । ପ୍ରତି ସପ୍ତାହରେ ଏୟାର ଇଣ୍ଡିଆ ହାରାହାରି ୪୪୦୦ ଉଡାଣ କରିଥାଏ । ସେଥିରୁ ୩୬୦୦ ଉଡାଣ ଦେଶ ଭିତରେ ଓ ୮୦୦ ଉଡାଣ ଅନ୍ତର୍ଜାତୀୟ ରୁଟରେ ହୋଇଥାଏ । ତେଣୁ ଏୟାର ଇଣ୍ଡିଆ ଘରୋଇ ରୁଟରେ ୮୦୦ ଉଡାଣ ବାତିଲ କରିପାରେ । ଅନ୍ୟପକ୍ଷରେ ଚଳିତ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠୁ ଅଶୋଧିତ ତେଲ ଦର ୧୦୦ ଡଲାର ଉପରେ ରହିଛି । ଇନ୍ଧନ ଦରବୃଦ୍ଧି ଚାପ ରହୁଛି ସେଥିପାଇଁ ବିମାନ ଇନ୍ଧନ ମୂଲ୍ୟରେ ଖର୍ଚ୍ଚର ୪୦ ପ୍ରତିଶତ କେବଳ ତେଲ କିଣିବାରେ ଖର୍ଚ୍ଚ ହୋଇଥାଏ । ମଧ୍ୟପ୍ରାଚ୍ୟ ବାୟୁସୀମାରେ ମଧ୍ୟ କଟକଣା ଲଗାଇଛନ୍ତି ।ତାହା ଭାରତୀୟ ଏୟାରଲାଇନଗୁଡିକର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking