38.3 C
Bhubaneswar
Friday, June 19, 2026
Homeଓଡିଶାବଜ୍ରାଘାତରେ ୨ ମଇଁଷିଙ୍କ ମୃତ୍ୟୁ

ବଜ୍ରାଘାତରେ ୨ ମଇଁଷିଙ୍କ ମୃତ୍ୟୁ

ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଆଜି ସକାଳୁ ଘଡଘଡି ସହ ବର୍ଷା ହୋଇଥିଲା। ଏହି ସମୟରେ ବଜ୍ରପାତ ଘଟିବାରୁ ଲାଞ୍ଜୁରା ପଞ୍ଚାୟତ କୂଳଲାଞ୍ଜୁରା ଗ୍ରାମର ଜନୈକ ବ୍ୟକ୍ତିଙ୍କ ୨ଟି ମଇଁଷିଙ୍କର ମୃତ୍ୟୁ ଘଟିଛି ।ଘଟଣାରୁ ପ୍ରକାଶ କୂଳଲାଞ୍ଜୁରା ଗ୍ରାମର କୈଳାସ ଦାସ ସବୁଦିନ ଭଳି ଗତକାଲି ରାତିରେ ନିଜର ମଇଁଷି ପଲଙ୍କୁ ଗ୍ରାମ ନିକଟ ଚାଷ ଜମି ମଧ୍ୟରେ(ଗୋଠ)ବାନ୍ଧିଥିଲେ। ତେବେ ଆଜି ସକାଳୁ ହଠାତ  ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ମଇଁଷିଙ୍କ ଉପରେ ବଜ୍ରପାତ ହେବାରୁ ୨ଟି ମଇଁଷିଙ୍କର ବନ୍ଧା ଯାଇଥିବା ଅବସ୍ଥାରେ ମୃତ୍ୟୁ ଘଟିଛି । କୈଳାସ ଜଣେ ଗରିବ ଶ୍ରେଣୀୟ ବ୍ୟକ୍ତି ହୋଇଥିବା ବେଳେ ମଇଁଷି ପାଳନ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking