31.1 C
Bhubaneswar
Saturday, June 13, 2026
Homeଓଡିଶାଚାମେଲି ଓଝାଙ୍କୁ ସାକ୍ଷାତ କଲେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି

ଚାମେଲି ଓଝାଙ୍କୁ ସାକ୍ଷାତ କଲେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି

ଭୁବନେଶ୍ୱର: ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଗତ ତା. ୧୨.୬.୨୬ ରିଖ ସନ୍ଧ୍ୟାରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ତିକ୍ଷୀରି ପଞ୍ଚାୟତର ସରପଞ୍ଚକୁ ଭେଟି ତାଙ୍କର ଚିକିତ୍ସା ଏବଂ ତାଙ୍କ ଉପରେ ହୋଇଥିôବା ଅତ୍ୟାଚାର ସଂପର୍କରେ ବୁଝିଥିଲେ। ପୁଲିସର ମାଡ ଏବଂ ଅମାନୁଷିକ ଅତ୍ୟାଚାରରେ ଚାମେଲିଙ୍କ ଦେହସାରା କ୍ଷତ ସ୍ଥାନ ଦେଖିବାକୁ ମିଳିଥିଲା। ଚାମେଲି ଡାକ୍ତରଖାନାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଶ୍ରୀମତୀ ବାହିନୀପତି ଚାମେଲିଙ୍କ ବାପା ମାଆଙ୍କୁ ମଧ୍ୟ ସାକ୍ଷାତ କରି ମହିଳା କଂଗ୍ରେସ ତାଙ୍କ ପରିବାର ସହିତ ଅଛି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଶ୍ରୀମତୀ ବାହିନୀପତି କହିଛନ୍ତି ଯେ କେନ୍ଦ୍ରାପଡାରେ ମୋଦୀ ଓ ମୋହନ ମାର୍କା ମହିଳା ସଶକ୍ତିକରଣ ଚାଲିଛି। ଜଣେ ମହିଳା ସରପଞ୍ଚ ନିଜ ପଞ୍ଚାୟତର ସମସ୍ୟାକୁ ନେଇ ବିଡିଓଙ୍କ ପାଖରେ ଆଲୋଚନା କଲାବେଳେ ବିଡିଓ ତାଙ୍କ ଅଭିଯୋଗକୁ କର୍ଣ୍ଣପାତ କରିନଥିଲେ। ବିଡିଓଙ୍କର ଆଚରଣ ଅଗଣତାନ୍ତ୍ରିକ ଥିଲା। ଯାହାଫଳରେ ଚାମେଲି ଏହି ଘଟଣାକୁ ଭିଡ଼ିଓ କରିବା ଭୁଲ ନଥିଲା। ଅଭିଯୋଗ ହେଉଛି ଯେ ସେଠାରେ ମହାକାଳପଡା ବିଧାୟକ, ବିଡ଼ିଓ ଓ ଥାନା ଅଧିକାରୀଙ୍କ ଚକ୍ରବିହ୍ୱ ଭିତରେ ସରପଞ୍ଚ ଚାମେଲି ଛଟପଟ ହେଉଛନ୍ତି।

ବିଧାୟକଙ୍କ ବିରୋଧରେ ମଧ୍ୟ ସେ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ସେହିଭଳି ବିଡିଓ ମଧ୍ୟ ବିଧାୟକଙ୍କ ପ୍ରଭାବରେ ଚାମେଲିଙ୍କୁ ତାଙ୍କର ଗଣତାନ୍ତ୍ରିକ ଅଧିକାରରୁ ବଂଚିତ କରିଛନ୍ତି। ଥାନା ଅଧିକାରୀ ଏବଂ ଅନ୍ୟାନ୍ୟ ଥାନା କର୍ମଚାରୀ ଥାନାରେ ଚାମେଲିକୁ ଅତ୍ୟାଚାର କରିଛନ୍ତି ବୋଲି ଚାମେଲି ପ୍ରମାଣ ରଖିଥିବାବେଳେ ପୁଲିସ ପକ୍ଷରୁ ଚାମେଲି ତାଙ୍କର ଜଣେ କର୍ମଚାରୀ କାମୁଡି ଦେଇଥିବାର ଯେଉଁ ଅଭିଯୋଗ କରାଯାଇଛି ତାହା ଅଭିସନ୍ଧିମୂଳକ। ଏଥିରେ ସତ୍ୟତା ନାହିଁ। କେବଳ ଚାମେଲିଙ୍କୁ ହଇରାଣ କରିବା ପାଇଁ ଏବଂ ଚାମେଲିଙ୍କୁ ଖାଲରେ ପକାଇବା ପାଇଁ ପୁଲିସ ଏଭଳି ଚକ୍ରାନ୍ତ କରିଛନ୍ତି। ସେହିଭଳି ମହିଳା କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରାଯାଇଥିଲା। ଚାମେଲିଙ୍କ ପ୍ରତି ଆରକ୍ଷୀ ଅଧିକ୍ଷକ ନିରପେକ୍ଷ ରହିବେ ନାହିଁ ବୋଲି ଆଲୋଚନାରୁ ସ୍ପଷ୍ଟ ହୋଇପଡିଲା। ପୁଲିସ ପକ୍ଷରୁ ଚାମେଲିର ମୋବାଇଲି ଛଡାଇ ରଖିବା, ଚାମେଲିଙ୍କ ଭାଇଙ୍କୁ ବିନା କାରଣରେ ଜେଲରେ ଭର୍ତ୍ତି କରିବା ଏବଂ ବିଡିଓ ଓ ପୁଲିସ ପକ୍ଷରୁ ଚାମେଲିଙ୍କ ବିରୁଦ୍ଧରେ ମିଥ୍ୟା ମୋକଦ୍ଦମା ରୁଜୁ କରିବା ଘଟଣା ବିଜେପି ସରକାରର ମହିଳା ସଶକ୍ତିକରଣର ପ୍ରକୃତ ରିପୋର୍ଟ କାର୍ଡ ପ୍ରଦର୍ଶିତ ହୋଇଛି। ଜଣେ ମହିଳା ସରପଞ୍ଚକୁ ଏଭଳି ଅତ୍ୟଚାର କରାଯାଉଥିବାବେଳେ ବିଜେପି ମହିଳା ମୋର୍ଚ୍ଚା ଚୁପ୍ ବସିବା ଏବଂ ମହିଳା ଉପମୁଖ୍ୟମନ୍ତ୍ରୀ ମୁକ ପାଲଟିବା ଘଟଣାରୁ ସ୍ପଷ୍ଟ ହୋଇପଡିଛି ଯେ ଜଣେ ନିରୀହ ମହିଳାଙ୍କ ପ୍ରତି ବିଜେପି ମହିଳା ନେତ୍ରୀମାନେ ସମ୍ବେଦନଶୀଳ ନୁହଁନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଚାମେଲିକୁ ନ୍ୟାୟ ଦେବା ପାଇଁ ଇଚ୍ଛୁକ ନୁହଁନ୍ତି ବୋଲି ଏହି ଘଟଣାକୁ ନେଇ ତାଙ୍କ ନିଷ୍କ୍ରିୟତାରୁ ସ୍ପଷ୍ଟ ହୋଇପଡିଛି।

ଚାମେଲି ଭଳି ଜଣେ ସ୍ପଷ୍ଟବାଦିନୀ, ଦୁର୍ନୀତି ବିରୋଧି ଓ ସାହାସିନୀ ମହିଳାଙ୍କୁ ପ୍ରଶାସନ ହଇରାଣ ହରକତ କରୁଥିବାବେଳେ ବିଜେପିର କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କର ରାଜ୍ୟର ମହିଳାମାନଙ୍କ ପ୍ରତି କଣ ଆଭିମୁଖ୍ୟ ତାହା ବୁଝିବାକୁ ବାକି ନାହିଁ। ସୁତରାଂ ମହିଳା କଂଗ୍ରେସ ଚାମେଲିର ସଂଘର୍ଷ ସହିତ ଦୃଢ଼ ଭାବରେ ଠିଆ ହୋଇଛି ବୋଲି ଶ୍ରୀମତୀ ବାହିନୀପତି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ, ପ୍ରତିମା ମଲ୍ଲିକ, ବିଶ୍ୱକଲ୍ୟାଣୀ କର, ମହିଳା କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷା ଜୟସ୍ମିତା ମହାନ୍ତି, କଟକ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରୀତିଛନ୍ଦା କୈବଲ୍ୟ ନାୟକ ଓ କେନ୍ଦ୍ରାପଡା ଜିଲ୍ଲା ଯୁବ କଂଗ୍ରେସ ସଭାନେତ୍ରୀ ଲିପ୍ସା ନାୟକ ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking