28.1 C
Bhubaneswar
Monday, November 2, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଭୟଭୀତ ନ ହୋଇ ସଚେତନ ରୁହନ୍ତୁ"ରାଜସ୍ୱ...

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଭୟଭୀତ ନ ହୋଇ ସଚେତନ ରୁହନ୍ତୁ”ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ

“ଜୀବନ ଓ ସମ୍ପତ୍ତି ସୁରକ୍ଷା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି”
ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାକୁ ପ୍ରଶାସନ ସଜାଗ
ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା ବିପର୍ଯ୍ୟୟ:
ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି

ଭୁବନେଶ୍ୱର:  ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜୀବ ଭବନ ସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟଠାରେ ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଶ୍ରୀ ସୁରେଶ ପୂଜାରୀ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଗାମୀ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଏବଂ ସମ୍ଭାବ୍ୟ ଆଉ ଏକ ବାତ୍ୟା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ କହିଛନ୍ତି ଯେ,ସମ୍ଭାବ୍ୟ ବାତ୍ୟା ଓ ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି, ଭୟଭୀତ ନ ହୋଇ ସଚେତନ ରହିବାକୁ ମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଛନ୍ତି । ଆଗାମୀ ବାତ୍ୟା ‘ମୁରାସୁ’ ଗଭୀର (ଅବପାତ) ହୋଇ ବଙ୍ଗୋପସାଗରରେ ନେଲୋର ଠାରୁ ୧୬୦ କିମି, ତାମିଲନାଡୁର ଚେନ୍ନାଇ ଠାରୁ ୧୮୦ କିମି, କାଭେଲିରୁ ୧୮୦ କିମି, ଓଙ୍ଗୋଲରୁ ୨୧୦ କିମି ଏବଂ ମଛଲିପାଟନମରୁ ୨୪୦ କିମି ଦୂରରେ ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦ ରୁ ୧୧୦ କିମି ପ୍ରତି ଘଣ୍ଟା ରହିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ପୁରୀ ଭଳି ଉପକୂଳ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଏହି ବାତ୍ୟା ଓ ବନ୍ୟା ଯୋଗୁଁ ରାଜ୍ୟର ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ମୋଟ ୪୧ଟି ବ୍ଲକର ୪୮୮ଟି ପଞ୍ଚାୟତ ଏବଂ ୨,୧୩୭ଟି ଗ୍ରାମ ପ୍ରଭାବିତ ହୋଇଛି. ସେହିପରି ୨୩ଟି ସହରାଞ୍ଚଳର ୩୦୭ଟି ୱାର୍ଡର ଲୋକମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ଜନସଂଖ୍ୟା: ସମୁଦାୟ ୨,୧୦,୯୨୦ ଜଣ ଲୋକ ଏହି ବିପର୍ଯ୍ୟୟର ଶିକାର ହୋଇଛନ୍ତି । ସ୍ଥାନାନ୍ତରଣ: ସୁରକ୍ଷା ଦୃଷ୍ଟିରୁ ୧,୪୧,୭୯୭ ଜଣ ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ,ପ୍ରଭାବିତ ଅଞ୍ଚଳରୁ ମୋଟ ୫୭୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏହି ବିପର୍ଯ୍ୟୟରେ ଗଞ୍ଜାମ ୩ ଜଣ ବ୍ୟକ୍ତିଙ୍କର ଜୀବନହାନି ହୋଇଛି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସହାୟତା ଯାଗାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରିଲିଫ୍ କ୍ୟାମ୍ପଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଯଥା ଚାଉଳ, ଚୁଡ଼ା, ଗୁଡ଼ ଏବଂ ଗୋ-ଖାଦ୍ୟ ବଣ୍ଟନ କରାଯାଉଛି । ଏହା ସହିତ ପ୍ରଭାବିତମାନଙ୍କୁ ୫,୪୫୮ଟି ପଲିଥିନ୍ ସିଟ୍ ମଧ୍ୟ ଯାଗାଇ ଦିଆଯାଇଛି ।

ଯୁଦ୍ଧକାଳୀନ ଭିତ୍ତିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପୁନରୁଦ୍ଧାର କାର୍ଯ୍ୟ ଚଲିଛି । ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ନିୟନ୍ତ୍ରଣ କକ୍ଷ ଏବଂ ଉଦ୍ଧାରକାରୀ ଦଳଗୁଡ଼ିକୁ ୨୪ ଘଣ୍ଟା (୨୪/୭) ସକ୍ରିୟ ରଖାଯାଇଛି । ରାସ୍ତାଘାଟଗୁଡ଼ିକୁ ଯାନବାହନ ଚଳାଚଳ ପାଇଁ ଉପଯୁକ୍ତ କରିବାକୁ ସମସ୍ତ କର୍ମଚାରୀ, ସାମଗ୍ରୀ ଏବଂ ଯନ୍ତ୍ରପାତି ନିୟୋଜିତ କରାଯାଇଛି । ଗଞ୍ଜାମ ଜିଲ୍ଲା:କୁକୁଡାଖଣ୍ଡି ଓ ପାତ୍ରପୁର ବ୍ଲକର ୧୩ଟି ସ୍ଥାନରେ ଭୂସ୍ଖଳନ ଯୋଗୁଁ ଜମିଥିବା ମାଟି ଓ ଆବର୍ଜନା ସଫା କରାଯାଇଛି ଏବଂ ଅନ୍ୟ ୮ଟି ସ୍ଥାନରେ କାର୍ଯ୍ୟ ଜାରି ରହିଛି । ଭଞ୍ଜନଗରରେ ରାସ୍ତା ଉପରେ ଭୂସ୍ଖଳନ ଜନିତ ଯେଉଁ ଗୋଟିଏ ସ୍ଥାନରେ ବାଧା ଉପୁଜିଥିଲା, ତାହା ସମ୍ପୂର୍ଣ୍ଣ ଅପସାରିତ ହୋଇଛି । ୧୪ଟି ବ୍ଲକରେ ମୋଟ ୧୨୪ଟି ରାସ୍ତା ଫାଟ (Breaches) ବନ୍ଦ କରାଯାଇଥିବାବେଳେ ୪୨ଟି ସ୍ଥାନରେ କାର୍ଯ୍ୟକୁ ତ୍ୱରାନିତ କରାଯାଇଛି । ୧୪ଟି ବ୍ଲକର ୧୮୬ଟି କ୍ଷତିଗ୍ରସ୍ତ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଚାଲୁରହିଛି । ଗଜପତି ଜିଲ୍ଲାର ୬ଟି ବ୍ଲକର ୧୯ଟି ରାସ୍ତାର ଭୂସ୍ଖଳନ ଅବସ୍ଥା ସଫା କରାଯାଇଛି । ପାଣି ମାଡ଼ିଯିବା ଯୋଗୁଁ ପ୍ରଭାବିତ ହୋଇଥିବା ୫ଟି ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି । ୩ଟି ବ୍ଲକରେ ପ୍ରଭାବିତ ୧୧ଟି କ୍ଷତିଗ୍ରସ୍ତ ରାସ୍ତା ମରାମତି କରାଯାଇଛି । ଗୋଷାଣୀ ବ୍ଲକର ଗୋଟିଏ ରାସ୍ତାରେ ଅସ୍ଥାୟୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । କନ୍ଧମାଳ ଜିଲ୍ଲା:୩ଟି ବ୍ଲକର ୩୧ଟି ରାସ୍ତା ଫାଟ ମଧ୍ୟରୁ ୧୫ଟି ବନ୍ଦ ହୋଇସାରିଥିବାବେଳେ ୧୬ଟି ନିର୍ମାଣାଧିନ ଅଛି । ୩ଟି ବ୍ଲକର ୭ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି ସମ୍ପୂର୍ଣ୍ଣ ହୋଇଛି ଏବଂ ୩୧ଟି ର କାମ ଚାଲିଛି । ରାୟଗଡ଼ା ଜିଲ୍ଲା:ଗୁଣୁପୁରରେ ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ୧୫ଟି ସ୍ଥାନରେ ଜମିଥିବା ଆବର୍ଜନା ଓ ମାଟି ବାଧକକୁ ସଫା କରାଯାଇଛି ।

“ଅର୍ଣ୍ଣବ” ବାତ୍ୟା ଏବଂ ଏହାପରବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ଟିପିଏସଓଡିଏଲ୍ (TPSODL) ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି । ପ୍ରଭାବିତ ଜିଲ୍ଲାଗୁଡ଼ିକରେ କମ୍ପାନୀ ଅଧୀନରେ ଥିବା ମୋଟ୍ ୯୯.୦୫% ଗ୍ରାହକଙ୍କ ପାଇଁ ବିଦ୍ୟୁତ୍ ସେବା ପୁନଃସ୍ଥାପିତ ହୋଇସାରିଛି । ବୌଦ୍ଧ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ,ଗଞ୍ଜାମ, କନ୍ଧମାଳ, ଗଜପତି ଏବଂ କୋରାପୁଟ ଜିଲ୍ଲାରେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ବାକିଥିବା ସ୍ଥାନଗୁଡ଼ିକରେ କାମ ଶୀଘ୍ର ଶେଷ କରିବା ପାଇଁ ଟିମଗୁଡ଼ିକ ନିୟୋଜିତ ଅଛନ୍ତି । ଏହି ସବୁ ଜିଲ୍ଲାରେ ମୋଟ୍ ପ୍ରଭାବିତ ଗ୍ରାହକ: ୧୭,୮୮,୯୪୨ ,ବିଦ୍ୟୁତ୍ ସେବା ପାଇଥିବା ଗ୍ରାହକ: ୧୭,୭୨,୦୨୮ ,ବର୍ତ୍ତମାନ ସୁଦ୍ଧା ବାକିଥିବା ଗ୍ରାହକ: ୧୬,୯୧୪ ,ମୋଟ୍ ପୁନରୁଦ୍ଧାର ହୋଈଛି । ୩୩ K.V. ଫିଡର୍: ସମସ୍ତ ପ୍ରଭାବିତ ୪୬ଟି ଫିଡରର ମରାମତି ସମ୍ପୂର୍ଣ୍ଣ ହୋଇଛି । ୩୩/୧୧ K.V. ଉପକେନ୍ଦ୍ର (PSS): ସମସ୍ତ ପ୍ରଭାବିତ ୧୩୦ଟି ଉପକେନ୍ଦ୍ର ସଚଳ କରାଯାଇଛି । ୧୧ K.V. ଫିଡର୍: ପ୍ରଭାବିତ ୬୫୮ଟି ଫିଡର ସମ୍ପୂର୍ଣ୍ଣ ସଚଳ ହୋଇଛି । ଡି.ଟି.ଆର୍ (DTR): ୫୬,୭୦୬ଟି ପ୍ରଭାବିତ ଡିଟିଆର ମଧ୍ୟରୁ ୫୬,୩୫୮ଟିର ମରାମତି କରାଯାଇଛି ।

ଗଞ୍ଜାମ, ଗଜପତି ଏବଂ କନ୍ଧମାଳର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୪୫,୭୨୨ ଟି ନଳକୂପ ପ୍ରଭାବିତ ହୋଇଥିଲା । ଏହା ମଧ୍ୟରୁ ୪,୪୭୫ ପୁନରୁଦ୍ଧାର ଏବଂ ବିଶୋଧନ କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ପ୍ରଭାବିତ ୩୯୩ ଟି ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ (Rural Piped Water Supply Schemes) ମଧ୍ୟରୁ ୨୪୭ ପୁନରୁଦ୍ଧାର କରାଯାଇଛି ଏବଂ ୨୬୫ ଟି ବିଶୋଧନ କରାଯାଇଛି । ୨୩୫ ଟି ଜଳ ଟ୍ୟାଙ୍କର୍ (Water Tankers), ୮୦ ଟି ଟ୍ରାକ୍ଟର ମାଉଣ୍ଟେଡ୍ ସିଣ୍ଟେକ୍ସ ଟାଙ୍କି ଏବଂ ୮୪ ଟି ଡି.ଜି. ସେଟ୍ (DG Sets) ମୁତୟନ କରାଯାଇଛି । ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ୯ ଟି ମୋବାଇଲ୍ ଟ୍ରିଟମେଣ୍ଟ ୟୁନିଟ୍ ମଧ୍ୟ ମୁତୟନ କରାଯାଇଛି। ୪,୨୨,୩୦୦ ପ୍ୟାକ୍ କରାଯାଇଥିବା ଜଳ ବୋତଲ ଏବଂ ୩,୧୮,୫୦୦ ଜଳ ପାଉଚ୍ ବଣ୍ଟନ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମ ପାଇଁ ୨୩ ଟି ଏବଂ ଆସିକା ପୌରପାଳିକା ପାଇଁ ୭ ଟି ଜଳ ଟ୍ୟାଙ୍କର୍ ମୁତୟନ କରାଯାଇଛି । ଏହାସହ ବ୍ରହ୍ମପୁର ମହାନଗର ନିଗମ ୨ ଟି ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ (Mobile water treatment Units) ମଧ୍ୟ ମୁତୟନ କରାଯାଇଛି । ସମସ୍ତ ଜଳାଶୟର ବିଶୋଧନ କାର୍ଯ୍ୟ ଜାରି ରହିଛି । ଡାଏରିଆ, ମଲେରିଆ, ଡେଙ୍ଗୁ ଭଳି ରୋଗର ମୁକାବିଲା ପାଇଁ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ‘ରାପିଡ୍ ରେସପନ୍ସ ଟିମ୍’ (RRT) ଏବଂ ମୋବାଇଲ୍ ହେଲ୍ଥ ଟିମ୍ ନିୟୋଜିତ କରାଯାଇଛି। ଆସୁଥିବା ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।ସୁରକ୍ଷା ବାହିନୀ: ଗଞ୍ଜାମ ଜିଲ୍ଲାରେ ୩୨ଟି ଓଡ୍ରାଫ୍ (ODRAF) ଏବଂ ୩ଟି ଏନଡିଆରଏଫ୍ (NDRF) ଟିମ୍ (ମୋଟ ୩୫ଟି ଟିମ୍) ମୁତୟନ ଅଛନ୍ତି। ଗଜପତି ରେ ୯ ଟି ଓଡ଼୍ରାଫ୍ ,୧ ଟି NDRF) ଏହାଛଡ଼ା ରାୟଗଡ଼ା୩ ଟି ,ଓଡ଼୍ରାଫ,୧ ଟି ,NDRF) କୋ ରାପୁଟ, ରେ ୩ ଟି ,୧ ଟି NDRF) ମାଲକାନଗିରି, ରେ ୩ ଟି,୧ ଟି NDRF) କନ୍ଧମାଳ ରେ ୪ ଟି ଓଡ଼୍ରାଫ୍, ୨ ଟି NDRF) ଓ ନବରଙ୍ଗପୁରରେ ୩ଟି ଟିମ୍ ନିୟୋଜିତ କରାଯାଇଛି। କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସି ପହଞ୍ଚିଛନ୍ତି। ସେମାନେ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। ଜନସାଧାରଣଙ୍କୁ ସୁରକ୍ଷିତ ରିଲିଫ୍ ସେଣ୍ଟର, ନିକଟସ୍ଥ ସ୍କୁଲ୍, କଲେଜ କିମ୍ବା ଚାଲିଯିବାକୁ ନିବେଦନ କରାଯାଇଛି। ଆଶା ଓ ଆଙ୍ଗନବାଡ଼ି କର୍ମୀମାନେ ଲୋକଙ୍କୁ ସଚେତନ କରୁଛନ୍ତି। ମନ୍ତ୍ରୀ କହିଛନ୍ତି ଯେ,ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି ଦ୍ୱିତୀୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କମ୍ ପଡ଼ିବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking