36.1 C
Bhubaneswar
Thursday, May 28, 2026
Homeଓଡିଶାଡିଆରଡିଏ ମହିଳା ୱାସରୁମରେ ସିକ୍ରେଟ କ୍ୟାମେରା

ଡିଆରଡିଏ ମହିଳା ୱାସରୁମରେ ସିକ୍ରେଟ କ୍ୟାମେରା

ଜଗତସିଂହପୁର: ବଡ ଲଜ୍ଜାକରଏବଂ ନିନ୍ଦନୀୟ ଖବର ସାମ୍ନାକୁ ଆସିଛି । ୱାସରୁମରେ ସିକ୍ରେଟ କ୍ୟାମେରା । ଡିଆରଡିଏ ମହିଳା ୱାସରୁମରେ ଲଗାଯାଇଥିଲା ସିକ୍ରେଟ କ୍ୟାମେରା । ଏଭଳି ଘଟଣା ଘଟିଛି ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳରେ । ଘଟଣା ଜଣାପଡିବା ପରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି । ପୋଲିସର ତଦନ୍ତ ଜାରି ରହିଛି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭାଇ । ଏହା ଜିଲ୍ଲା ଓ ସାରା ରାଜ୍ୟ ପାଇଁ ଅତ୍ୟନ୍ତ ନିନ୍ଦନୀୟ । ସେ କହିଛନ୍ତି, ମହିଳା ୱାସରୁମରେ କିଏ ସିସିଟିଭି ଲଗାଇଛି, ତାହା ଜଣାଡିନାହିଁ । ଷ୍ଟାଫମନାଙ୍କ ହାତରେ ରହିଛି କି ନାହିଁ ତାହା ବି ଜଣା ପଡିନାହିଁ ଏନେଇ ଏସପିଙ୍କୁ ଏତଲା ଦିଆଯାଇଛି । ତଦନ୍ତ ଚାଲିଛି । ଏମିତି କାର୍ଯ୍ୟରେ ଯେଉଁମାନେ ଲିପ୍ତ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ପ୍ରଶ୍ନ ଉଠୁଛି ୱାସରୁମରେ କିଏ ଲଗାଇଲା କ୍ୟାମେରା । କାର୍ଯ୍ୟାଳୟରେ କାମ କରୁଥିବା ଷ୍ଟାଫ ନା ବାହାରୁ କେହି ଆସି ଲଗାଇଛନ୍ତି । ଯଦିଓ ବାହାରୁ କେହି ଆସି ଏଭଳି ଲଗାଇଛନ୍ତି କେମିତି ଅଜଣା ଲୋକଙ୍କୁ ଆଇକାର୍ଡ ଯାଞ୍ଚ ନକରି କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଅନୁମତି ଦେଲେ ସିକ୍ୟୁରିଟି । ୱାସରୁମରେ ଯଦି କ୍ୟାମେରା ତାହାଲେ ଆଠୁ ନିନ୍ଦାର କଥା କିଛି ନୁହଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking