34.1 C
Bhubaneswar
Thursday, May 28, 2026
Homeଓଡିଶାବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

ପୁରୀ: ଏନକାଉଣ୍ଟର ପରେ ବି ଡରୁ ନାହାନ୍ତି ଅପରାଧୀ । ଗୋପରେ ବ୍ୟବସାୟୀଙ୍କୁ ଦାଦା ବଟି ପାଇଁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଭୁଜାଲି ଚୋଟରେ ଛିଣ୍ଡିଲା ହାତ ପାପୁଲି ଓ ବୁଢା ଆଙ୍ଗୁଠି । ଏଭଳି ଅଭାବନୀୟ ଘଟଣା ଘଟିଛି । ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଗିରିମା ଗାଁରେ । ଜମି ବ୍ୟବସାୟୀ ଚଗଲା ମଲ୍ଲିକଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଦିନକ ତଳେ ବଟି ମାଗିଥିଲେ । ଚଗଲା ବଟି ଦେବାକୁ ସିଧା ମନା କରିଦେଇଥିଲେ । ଯାହାକୁ ନେଇ ଗତ କାଲି ରାତିରେ ଚଗଲାଙ୍କୁ ଦୁଇ ଦୁର୍ବୃତ୍ତ ଗୋଡାଇ ଗୋଡାଇ ହାଣିଛନ୍ତି । ଯୋଜନାବଦ୍ଧ ଭାବେ ଚଗଲାଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିଲା । ଆକ୍ରମଣ ସମୟରେ ହାତ ଦେଖାଇବାରୁ ହାତ ପାପୁଲି ଛିଣ୍ଡିଥିବା ଜଣାପଡିଛି । ଏହାପରେ ବେକ ଓ ପିଠିକୁ ହାଣି ମରଣାନ୍ତକ ଆକ୍ରମଣ କରି ଦୁଇ ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଗୋପ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking