34.1 C
Bhubaneswar
Thursday, May 28, 2026
Homeଓଡିଶାକାଳବୈଶାଖୀ: ଭୁବନେଶ୍ୱରରେ ଅବତରଣ କରିପାରିଲାନି ବିମାନ

କାଳବୈଶାଖୀ: ଭୁବନେଶ୍ୱରରେ ଅବତରଣ କରିପାରିଲାନି ବିମାନ

ବେଙ୍ଗାଳୁରୁ: କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିପାରିଲାନି ବିମାନ । ବେଙ୍ଗାଳୁରୁରୁ ଭୁବନେଶ୍ୱର ଆସୁଥିବା ଏକ ବିମାନକୁ ଲକ୍ଷ୍ନୌରେ ଜରୁରୀ ଅବତରଣ କରାଇବାକୁ ପଡ଼ିଲା। ଅକାସା ଏୟାରର ଏହି ବିମାନଟି ଭୁବନେଶ୍ୱର ପହଞ୍ଚିବା ପୂର୍ବରୁ ପାଗ ଖରାପ ହୋଇଯାଇଥିଲା । ପାଇଲଟ୍ ଲକ୍ଷ୍ନୌ ଏଟିସିକୁ ସୂଚନା ଦେଇ କହିଥିଲେ ଯେ, ଭୁବନେଶ୍ୱରରେ ବିମାନ ଅବତରଣ ସମ୍ଭବ ନୁହେଁ। ଏହା ସହ ବିମାନରେ ଇନ୍ଧନ ମଧ୍ୟ କମ୍ ହୋଇଯାଇଥିଲା। ସେଥିପାଇଁ ଜରୁରୀ ଭାବେ ବିମାନଟିକୁ ଶୀଘ୍ର ଲ୍ୟାଣ୍ଡ କରାଇବା ଆବଶ୍ୟକ ଥିଲା। ବିମାନରେ ୧୯୪ ଜଣ ଯାତ୍ରୀ ଥିଲେ। ପାଇଲଟଙ୍କ ସୂଚନା ପାଇବା ପରେ ବିମାନବନ୍ଦର ପ୍ରଶାସନ ତୁରନ୍ତ ଫୁଲ୍ ଇମରଜେନ୍ସି ଘୋଷଣା କରିଥିଲା ।

ଏହା ପରେ ରନୱେରେ ଥିବା ଅନ୍ୟ ସମସ୍ତ ବିମାନ ଚଳାଚଳକୁ ବନ୍ଦ କରାଯାଇଥିଲା ଓ ସମ୍ପୂର୍ଣ୍ଣ ରନୱେ ଖାଲି କରାଯାଇଥିଲା । ବିମାନବନ୍ଦରରେ କ୍ରାଶ୍ ଫାୟାର ଟେଣ୍ଡର, ମେଡିକାଲ୍ ୟୁନିଟ୍ ଓ ଜରୁରୀ ପ୍ରତିକ୍ରିୟା ଟିମ୍ ମୁତୟନ କରାଯାଇଥିଲା । କଣ୍ଟ୍ରୋଲ୍ ରୁମରୁ ବିମାନଟି ଉପରେ ନିରନ୍ତର ନଜର ରଖାଯାଉଥିଲା। ଅକାସା ଏୟାରର କ୍ୟୁପି-୧୫୦୩ ବିମାନଟି ବୁଧବାର ରାତିରେ ବେଙ୍ଗାଳୁରୁରୁ ଭୁବନେଶ୍ୱର ଆସୁଥିଲା । ବିମାନଟି ବୋଇଂ ୭୩୭ ମ୍ୟାକ୍ସ ଭିଟି ୱାଇଏଜେ ଥିଲା । ରାତି ୯ଟା ୨୧ ମିନିଟ୍‌ରେ ବିମାନଟି ରନୱେ-୦୯ ଉପରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଅବତରଣ ପରେ ପାଇଲଟ୍ ଏଟିସିକୁ ସୂଚନା ଦେଇ କହିଥିଲେ ଯେ, ବିମାନର ସମସ୍ତ ବ୍ୟବସ୍ଥା ସାମାନ୍ୟ ଅବସ୍ଥାରେ ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking