30.1 C
Bhubaneswar
Saturday, May 23, 2026
Homeଓଡିଶାପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ଆତ୍ମହତ୍ୟା

ପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ଆତ୍ମହତ୍ୟା

ଯାଜପୁର: ପୁଅର ମୃତ୍ୟୁ ଖବର ଶୁଣି ବାପା କଲେ ଆତ୍ମହତ୍ୟା । ଯାଜପୁର ଜିଲ୍ଲା ମାନସିଂହ ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ମଙ୍ଗଳପୁର ବଜାରରେ ଷ୍ଟୁଡିଓ ବ୍ୟବସାୟ କରୁଥିବା ଷ୍ଟିମର ପଣ୍ଡାଙ୍କ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ ବିଷପାନ କରିଥିଲେ । ଚିକିତ୍ସା ସମୟରେ ସେ ଛାଟିପିଟି ହେଉଥିବା ବେଳେ ତାଙ୍କ ହାତ ଗୋଡ ଷ୍ଟିମରଙ୍କ ଛାତିରେ ବାଜିଥିଲା । ଏଥିରେ ଷ୍ଟିମର ଗୁରୁତର ହୋଇଯାଇଥିଲୋ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅର ମୃତ୍ୟୁ ଖବର ପାଇ ଘରେ ବାପା ରସାନନ୍ଦ ପଣ୍ଡା ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଦୁଇ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି । ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି ମଙ୍ଗଳପୁର ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking