ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଶାଳବଣି ଗାଁ ପାଶ୍ୱର୍ ଜଙ୍ଗଲ ନିକଟରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯୁବତୀ ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇନଥିବା ବେଳେ କିଛି ଦିନ ପୂର୍ବରୁ ଇନଷ୍ଟାଗ୍ରାମରୁ ପରିଚିତ ହୋଇ ଓ ପରେ ପ୍ରେମରେ ପଡି ଜଣେ ସ୍ଥାନୀୟ ଯୁବକଙ୍କ ସହିତ ଉକ୍ତ ଗ୍ରାମକୁ ଆସିଥିଲେ । ପରେ ଉକ୍ତ ଯୁବକ ତାଙ୍କୁ ଏକାକୀ ଛାଡି ବାହାରକୁ ଚାଲିଯାଇଥିଲେ । କିଛିଦିନ ଏକୁଟିଆ ରହିବା ପରେ ଯୁବତୀ ଜଣଙ୍କ ପୁଣି ଗାଁ ଛାଡି ବାହାରକୁ ପଳାଇଯାଇଥିଲେ । ତେବେ ଆଜି ସକାଳୁ ଗ୍ରାମବାସୀ ତାଙ୍କ ଜିନ ପ୍ୟାଣ୍ଟ ସାର୍ଟ ପିନ୍ଧି ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଏବେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବତୀଙ୍କ ସଠିକ ପରିଚୟ ଏଯାଏଁ ମିଳିପାରିନାହିଁ ଅନ୍ୟପଟେ ସାଇଣ୍ଟିଫିକ ଟିମ ଆସିବାପରେ ଶବ ତଳକୁ ଓହ୍ଲାଇ ତଦନ୍ତ ଆଗକୁ ବଢାଇବା ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡିବା ନେଇ କହିଛନ୍ତି ଥାନା ଅଧିକାରୀ ।








