29.1 C
Bhubaneswar
Thursday, May 9, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ଶିକ୍ଷାକ୍ଷେତ୍ର ଓ କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ଅଶାନ୍ତି ଲାଗି ରହିବ । ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ଆଶା କମ୍ । ମହିଳାମାନେ କ୍ଷତିଗ୍ରସ୍ତ ହେବେ । ଛାତ୍ରଛାତ୍ରୀମାନେ କର୍ମକ୍ଷେତ୍ରରେ ସମ୍ମାନୀତ ହେବେ ।
ବୃଷ : ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି । ପୈତୃକ ସମ୍ପତିକୁ ନେଇ ଭାତୃ ବିବାଦ ଲାଗିପାରିବ । କର୍ମକ୍ଷେତ୍ରରେ ଜଗି ରଖି ଚଳନ୍ତୁ । ଅପମାନିତ ହେବାର ଯୋଗ ରହିଛି । ମହିଳାମାନେ ସନ୍ତାନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରିବେ ।
ମିଥୁନ : ପୁରୁଣା କଳହ ସମାଧାନ ହେବ । କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇ ଆନନ୍ଦିତ ହେବେ । ବ୍ୟବସାୟରେ ଲାଭବାନ୍ ହେବେ । ମହିଳାମାନେ ଆନନ୍ଦିତ ହେବେ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ବଢ଼ାଇବେ ।
କର୍କଟ : ପର ବୁଦ୍ଧିରେ କର୍ମ କରନ୍ତୁ ନାହିଁ । ଅସୁବିଧାରେ ପଡ଼ି ପାରନ୍ତି । ଆପଣଙ୍କ ବ୍ୟବସାୟରେ ଲାଭ କମ୍ ହୋଇପାରେ । ମହିଳାମାନେ ଗୃହ କାର୍ଯ୍ୟରେ କ୍ଷତିଗ୍ରସ୍ତ ହୋଇ ଦୁଃଖିତ ହେବେ । ବିଦ୍ୟାର୍ଥୀମାନେ ନିଯୁକ୍ତି କ୍ଷେତ୍ରରେ ଅସଫଳ ହେବେ ।
ସିଂହ : ଶରୀର ସୁସ୍ଥ ରହିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ମିଳିପାରିବ । କର୍ମ କ୍ଷେତ୍ରରେ ସହଯୋଗୀମାନେ ସାହାଯ୍ୟ କରିବେ । ବ୍ୟବସାୟରେ ଲାଭ ହେବାର ସୂଚନା ମିଳୁଛି । ଛାତ୍ରଛାତ୍ରୀମାନେ ଖୁସିରେ ସମୟ କାଟିବେ ।
କନ୍ୟା : ପାରିବାରିକ ଅଶାନ୍ତି ଦେଖାଦେବ । ସ୍ୱାସ୍ଥ୍ୟହାନି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ଲାଭବାନ୍ ହେବାର ଅଶା ଅଛି । ମହିଳାମାନେ ଉନ୍ନତି କରିବେ ।
ତୁଳା : କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ଲାଭବାନ୍ ହେବେ । ଶରୀର ସୁସ୍ଥ ରହିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ମିଳିବ। ମହିଳାମାନେ କୌଣସି ନୂତନ କାର୍ଯ୍ୟରେ ଲିପ୍ତ ରହିବେ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ ।
ବିଛା : ଆର୍ଥିକ ସଙ୍କଟ ଦେଖାଦେବ । ବ୍ୟବସାୟରେ ଲାଭବାନ୍ ହେବାର ଅଶା କମ୍ ଅଛି । ଆପଣଙ୍କର ଶରୀର ସାମାନ୍ୟ ଅସୁସ୍ଥ ରହିବ । କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି ।
ଧନୁ : ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖାଦେବ । ବ୍ୟବସାୟରେ ଲାଭବାନ୍ ହେବେ । ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ହେବ । ଶରୀର ସୁସ୍ଥ ରହିବ । ମହିଳାମାନେ ସେବା କ୍ଷେତ୍ରରେ ସଫଳ ହେବେ । ବିଦ୍ୟାର୍ଥୀମାନେ ଅଶାନୁରୂପ ଶିକ୍ଷାକ୍ଷେତ୍ରରେ ସଫଳତା ପାଇପାରନ୍ତି ।
ମକର : ପୂରାତନ ସମୀକ୍ଷାର ସମାଧାନ ହୋଇଯିବ । ଆପଣଙ୍କର ଦୂର ଯାତ୍ରା ଯୋଗ ରହିଛି। ଶରୀର ସୁସ୍ଥ ରହିବ । ବ୍ୟବସାୟରେ ଲାଭବାନ୍ ହେବେ । ମହିଳା ଓ ବିଦ୍ୟାର୍ଥୀମାନେ ଆନନ୍ଦ ପାଇବେ ।
କୁମ୍ଭ : ଆପଣଙ୍କର ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳ ଦେଖାଦେବ । ପରିବାର ସହିତ ଖୁସିରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି । ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇପାରେ । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି ।
ମୀନ : ଆଜି କୌଣସି ଦୁର୍ଘଟଣା ଘଟିପାରେ । ପରିବାରରେ ଅଶାନ୍ତି ଦେଖାଦେବ । ଅଚାନକ୍ ପରିସ୍ଥିତି ସ୍ୱଚ୍ଛଳ ରହିବ । ଅଯଥା ଅଶାନ୍ତି ସୃଷ୍ଟି ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking