ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ନିର୍ମାଣଧୀନ ଏକ ପାଇଖାନା ଟାଙ୍କିରେ କାର୍ଯ୍ୟ କରୁଥିବାବେଳେ 6 ଜଣ ଶ୍ରମିକ ଶ୍ୱାସରୁଦ୍ଧ ଅବସ୍ଥାରେ ମୃତ୍ୟୁବରଣ କରିଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସl କରାଯାଉଛି l ଏହି ହୃଦୟ ବିଦାରକ ଘଟଣା ଶୁଣି ମୁଁ ଅତ୍ୟନ୍ତ ମର୍ମାହତ, ଏହି ଦୁଃସମୟରେ ଶୋକ ସନ୍ତପ୍ତ ପରିବାର ପ୍ରତି ମା ମାଣିକେଶ୍ବରୀ ସହାୟ ହୁଅନ୍ତୁ ବୋଲି ନିବେଦନ କରିବା ସହ ଚିକିତ୍ସିତ ଶ୍ରମିକଙ୍କ ଆଶୁ ଆରୋଗ୍ୟ କାମନା କରୁଛି ତଥା ମାନନୀୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା 4 ଲକ୍ଷ ଅନୁକମ୍ପା ରାଶିକୁ ବୃଦ୍ଧିକରିବାକୁ ଅନୁରୋଧ କରୁଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି l










