31.1 C
Bhubaneswar
Tuesday, May 26, 2026
Homeଓଡିଶାଯୁବ କଂଗ୍ରେସ ସିଜିମାଳି ବଞ୍ଚାଅ ପଦଯାତ୍ରାକୁ ପ୍ରବଳ ଜନ ସମର୍ଥନ

ଯୁବ କଂଗ୍ରେସ ସିଜିମାଳି ବଞ୍ଚାଅ ପଦଯାତ୍ରାକୁ ପ୍ରବଳ ଜନ ସମର୍ଥନ

ପଦଯାତ୍ରାରେ ସାମିଲ ହେଲେ କୋରାପୁଟ ସାଂସଦ, କଂଗ୍ରେସ ବିଧାୟକ ଦଳର ନେତା ଏବଂ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଗତ ୫ ଦିନ ଧରି ସିଜିମାଳୀ ବିସ୍ଥାପିତ ଓ ପ୍ରଭାବିତ ମାନଙ୍କ ନ୍ୟାୟ ଦେବା ପାଇଁ ଯେଉଁ ପଦଯାତ୍ରା ଚାଲିଥିଲା ଆଜି ତାକୁ ସାମୁହିକ ସ୍ଥଗିତ ରଖାଯାଉଛି । ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ଯେ ଯଦି ସରକାର ସିଜିମାଳି ଓ କୁଟ୍ରୁମାଳୀ ବିସ୍ଥାପିତ ମାନଙ୍କୁ ନ୍ୟାୟ ନ ଦିଅନ୍ତି ତେବେ ଜୁନ୍ ମାସରେ ମଧ୍ୟ ପୁଣି ପଦଯାତ୍ରା କରାଯିବ । ଆଜିର ପଦଯାତ୍ରା କେରପାଇ ଗ୍ରାମରୁ ଆରମ୍ଭ ହୋଇ କଳାହାଣ୍ଡି ଜିଲ୍ଲାର ସର୍ଗୀପଦର ପଞ୍ଚାୟତ ଶେଷ ହୋଇଥିଲା । ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶା ସରକାର ନିକଟରେ ନିମ୍ନ ଦାବୀଗୁଡ଼ିକ ଉପସ୍ଥାପନ କରାଯାଇଛି । ଜଳ, ଜମି, ଜଙ୍ଗଲ, ଖଣି ଓ ଜୀବିକାକୁ ଲୁଟ୍ କରିବା ପାଇଁ ବିଜେପି ସରକାର ଯେଉଁ ଚକ୍ରାନ୍ତ କରୁଛନ୍ତି ସେଥିରୁ ନିବୃତ୍ତ ରୁହନ୍ତୁ । ଜୀବନ ଜୀବିକା ଜମି, ଜଳ ଓ ଜଙ୍ଗଲର ସୁରକ୍ଷା ପାଇଁ ସଂଗ୍ରାମ କରି ଯେଉଁମାନେ ଜେଲରେ ଷଢ଼ୁଛନ୍ତି ଏବଂ ଯେଉଁମାନଙ୍କ ପାଇଁ ମିଥ୍ୟା ମକଦ୍ଧମା ରୁଜୁ କରାଯାଇଛି ସେମାନଙ୍କ ନାମରୁ ତୁରନ୍ତ କେସ୍ ପ୍ରତ୍ୟାହାର କରାଯାଉ । ଯେ ପର୍ଯ୍ୟନ୍ତ ଯାଏଁ ସିଜିମାଳି ଓ କୁଟ୍ରୁମାଳି ଆଦିବାସୀମାନଙ୍କର ଅଧିକାର ନ ମିଳିଛି ଯୁବ କଂଗ୍ରେସ ସେତେ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ । ଜାଲ ଦସ୍ତଖତ କରାଯାଇ ଗ୍ରାମସଭା ହୋଇଥିବାର ମିଥ୍ୟା କାଗତପତ୍ର ତିଆରି କରାଯାଇଛି । ମାନ୍ୟବର ସୁପ୍ରିମ୍‌କୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଗ୍ରାମସଭା କରାଯାଉ । ଜଙ୍ଗଲ ଅଧିକାର ଆଇନ ଏବଂ ପେଶା ଆଇନ କାର୍ଯ୍ୟକାରୀ କରାଯାଉ । ଆଦିବାସୀ, ବନବାସୀ ଓ ଦଳିତଙ୍କ ସୁରକ୍ଷା ଓ ଅଧିକାର ପାଇଁ ପରିବେଶ ସୁରକ୍ଷା ଓ ଖଣିଲୁଟ ପ୍ରତିବାଦରେ ଯୁବ କଂଗ୍ରେସ ତା’ର ଆନ୍ଦୋଳନ ଜାରି ରଖିବ । ଆଦିବାସୀ, ବନବାସୀ ଓ ଦଳିତ ଲୋକଙ୍କ ପାଇଁ ବିଜେପି ସରକାରର ଜମନ ମୂଳକ ନୀତି ବିରୁଦ୍ଧରେ ଯୁବ କଂଗ୍ରେସ ବେସାଲିସ୍ ଲଢ଼େଇ କରିବ ।

ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସ ପ୍ରଭାରୀ ମନିଷ ଶର୍ମା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ଅଜୟ ଲଲୁ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, କଂଗ୍ରେସ ବିରୋଧ ଦଳର ନେତା ରାମଚନ୍ଦ୍ର କାଡାମ, ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ ମହେଶ ଦେଶମୁଖ, ରାଜ୍ୟ ଯୁବ କଂଗ୍ରେସ ସହ ପ୍ରଭାରୀ ଖୁସି ଟିଗା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦୀପ ସାମଲ, ସୁରଜ ବେହେରା, ମୋହନ ନାୟକ, ଜ୍ଞାନରଞ୍ଜନ ରାଉତ, କୃଷ୍ଣ ମହାନ୍ତି, ଆଲୋକ ଦାସ, ଲକ୍ଷ୍ମୀପ୍ରିୟା ନାୟକ, ଅମିତ ଆଚାର‌୍ୟ୍ୟ, ରଞ୍ଜନ ଦାସ, ସୁନେଶ ଧିର, ସମ୍ରାଟ ଜେନା, ପବିତ୍ର ସେଠୀ, ରଞ୍ଜିତ ପାଇକରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking