30 C
Bhubaneswar
Monday, July 6, 2026
Homeଓଡିଶାବିୟୁଟି ମହାନ୍ତି ମୃତ୍ୟୁ ମାମଲା: ଜାତୀୟ ମାନବାଧିକାର କମିସନରେ ଦାୟର ହେଲା ମାମଲା

ବିୟୁଟି ମହାନ୍ତି ମୃତ୍ୟୁ ମାମଲା: ଜାତୀୟ ମାନବାଧିକାର କମିସନରେ ଦାୟର ହେଲା ମାମଲା

କଟକ: ଚାଉଳିଆଗଞ୍ଜ ଥାନାର ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୁଲିସ ଅଧିକାରୀ ବିୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାରେ ତାଙ୍କ ପରିବାର ପକ୍ଷରୁ ହତ୍ୟାର ଅଭିଯୋଗ ଉଠିଥିବା ବେଳେ ମାମଲା ଏବେ ଜାତୀୟ ମାନବାଧିକାର କମିସନ (ଏନଏଚଆରସି)ର ଦ୍ୱାରସ୍ଥ ହୋଇଛି ।’ନ୍ୟାୟ ପାଇଁ ଲଢେଇ ପରିବାର’ ନାମକ ସଂଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏନଏଚଆରସିରେ ମାମଲା ଦାୟର କରିଛନ୍ତି । ଏନଏଚଆରସିରେ ଦାୟର ହୋଇଥିବା ଏହି ଆବେଦନରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।ସେହିପରି, ବିୟୁଟି ମହାନ୍ତିଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ମଧ୍ୟ କମିଶନଙ୍କ ନିକଟରେ ଆବେଦନ କରାଯାଇଛି । ଏହି ସମ୍ବେଦନଶୀଳ ମାମଲାରେ କଟକ ଡିସିପି, କଟକ ପୁଲିସ କମିସନର, ଓଡ଼ିଶା ପୁଲିସ ଡିଜି, ରାଜ୍ୟ ଗୃହ ସଚିବ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ଏବଂ ନ୍ୟାୟ ପ୍ରଦାନ ପାଇଁ ଏହି ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଦାବି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking