ଭୁବନେଶ୍ୱର: ସଂଧ୍ୟାରେ ବିଜେପି ନେତାଙ୍କ ସହ ଅମିତ ଶାହ କରିବେ ରୁଦ୍ଧଦ୍ୱାର ବୈଠକ । ବୈଠକ ନେଇ ସୂଚନା ଦେଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ବୈଠକ କରିବେ । ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତିଙ୍କ ସହ ଅନେକ ତୁଙ୍ଗ ନେତା ଉପସ୍ଥିତ ରହିବେ । ବର୍ତ୍ତମାନ କିଛି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସଂଧ୍ୟା ବିଜେପି କାର୍ଯ୍ୟାଳୟକୁ ଗସ୍ତ କରିବେ । ସେଠାରେ ଦଳୀୟ ନେତାଙ୍କୁ କିଛି ଗୁରୁମନ୍ତ୍ର ଦେବା ସହ ଆଗକୁ ରାଜ୍ୟସଭା ନିର୍ବାଚନ , ସେନେଇ ମଧ୍ୟ ମଧ୍ୟ କିଛି ଆଲୋଚନା ହୋଇପାରେ ବୋଲି ବାରି ହେଉଛି । ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସିଧା ମୁଣ୍ଡଳି ସିଆଇଏସଏଫ ଅଭିମୁଖେ ବାହାରିଥିଲେ ଅମିତ ଶାହ । ମୁଣ୍ଡଳିରେ ସିଆଇଏସଏଫର ୫୭ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ।










