କେନ୍ଦ୍ରାପଡା: ଚାଷ ଜମିରୁ ମିଳିଲା ମହିଳାଙ୍କ ମୃତଦେହ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବେଣାକନ୍ଦାଗାଁରେ ଚାଞ୍ଚଲ୍ୟ ଦେଖାଦେଇଛି । ଚାଷଜମିରୁ ଜଣେ ବିବାହିତା ମହିଳାଙ୍କର ଅଧାପୋଡା ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ବଢୁଛି ଅପରାଧ । ପୋଲସରା ଥାନା ବାଲିଘାଇ ଗାଁରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଯୁବକଙ୍କ ନାମ ଆକାଶ ଜେନା । ବଡଭାଇ ରିଙ୍କୁ ଜେନାର ବାହାଘର ବରଯାତ୍ରୀ ଚାଲିଥିବା ବେଳେ କୌଣସି କଥାକୁ ନେଇ ସେହି ଗାଁର ଗୌର ହରି ବିଷୋୟୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଗୌରର ଅନ୍ୟ ସହଯୋଗୀ ମିଶି ଆକାଶକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆକାଶକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।










