30.7 C
Bhubaneswar
Thursday, June 18, 2026
Homeଦେଶ ବିଦେଶମେ’ ୨୫ରେ କେରଳ ଛୁଇଁପାରେ ମୌସୁମୀ ବାୟୁ

ମେ’ ୨୫ରେ କେରଳ ଛୁଇଁପାରେ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଏଥର ସଅଳ ଆସିପାରେ ମୌସୁମୀ । ଅର୍ଥାତ୍ ମେ’ ଶେଷ ସପ୍ତାହରେ କେରଳରେ ପ୍ରବେଶ କରିପାରେ ମୌସୁମୀ ବାୟୁ। ସଅଳ ମୌସୁମୀ ଆସିବା ଦ୍ବାରା ତାତିରୁ ତ୍ରାହି ମିଳିବାର ସମ୍ଭାବନା ରହିଛି। ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକାଂଶ ସହରର ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିଛି। ଓଡ଼ିଶାର ଝାରସୁଗୁଡ଼ା, ତାଳଚେର, ଅନୁଗୁଳ ଆଦି ସହର ମଧ୍ୟ ଦେଶର ଉତ୍ତପ୍ତ ସହର ତାଲିକାରେ ସାମିଲ ହୋଇଛନ୍ତି।ଏପ୍ରିଲର ଏହି ଅଗ୍ନିବର୍ଷା ମଧ୍ୟରେ ମୌସୁମୀ ସଅଳ ଆସିପାରେ ବୋଲି ବିଭିନ୍ନ ପାଣିପାଗ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମେ’ ୨୫ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରିଛି ‘ୟୁରୋପିଅନ୍‌ ସେଣ୍ଟର୍‌ ଫର୍‌ ମିଡିୟମ୍‌ ରେଞ୍ଜ ୱେଦର୍‌ ଫୋର୍‌କାଷ୍ଟ୍‌ସ୍‌। ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏ ନେଇ କୌଣସି ସୂଚନା ଦେଇନାହିଁ। ସାରା ଦେଶ ଏବେ ଚରମ ପାଣିପାଗଜନିତ ସ୍ଥିତି ଦେଇ ଗତି କରୁଥିବା ବେଳେ ମୌସୁମୀର ସଅଳ ଆଗମନ ପାଇଁ ପାଣିପାଗ ଅନୁକୂଳ ହେଉଥିବା ଏହି ୟୁରୋପିଅନ୍‌ ମଡେଲ କହିଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ କହୁଛି, ଏହି ଅଞ୍ଚଳରେ ମେ’ ତୃତୀୟ ସପ୍ତାହ ଆଡ଼କୁ ଏକ ଟ୍ରପିକାଲ୍‌ ସିଷ୍ଟମ୍‌ ବିକଶିତ ହେବାର ୨୦ରୁ ୪୦% ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking