ୱାଶିଂଟନ: ଆମେରିକାରେ ପୁଣି ଥରେ ଗୁଳିକାଣ୍ଡ । କେଣ୍ଟୁକି ଷ୍ଟେଟ ୟୁନିଭରସିଟିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡ ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ଏହି ଘଟଣାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯାଇଛି । ଏପର୍ଯ୍ୟନ୍ତ ମୃତକ କିମ୍ବା ଆହତଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, କେଣ୍ଟୁକି ଷ୍ଟେଟ୍ ୟୁନିଭର୍ସିଟିର ୱିଟନି ଏମ୍. ୟଙ୍ଗ୍ ଜୁନିଅର ହଲ୍ରେ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡ ପରେ, ବିଶ୍ୱବିଦ୍ୟାଳୟ କ୍ଲାସ, ଫାଇନାଲ ପରୀକ୍ଷା ଏବଂ କ୍ୟାମ୍ପସ କାର୍ଯ୍ୟକଳାପକୁ ବାତିଲ କରିଛି । ଚାରି ମାସ ମଧ୍ୟରେ ଏହି ଗୁଳିକାଣ୍ଡ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ଏପରି ଘଟଣା। ଅଗଷ୍ଟ ୧୭ ତାରିଖରେ, ଏକ ବାସଭବନ ହଲ ନିକଟରେ ଦୁର୍ବୃତ୍ତ ଗାଡ଼ିରୁ ଗୁଳି ଚଳାଇ ଦୁଇ ଜଣଙ୍କୁ ଆହତ କରିଥିଲେ ।










