29.1 C
Bhubaneswar
Wednesday, April 29, 2026
Homeଓଡିଶାଶ୍ୱଶୁର ଘରେ ପୋଡି ହୋଇ ଜ୍ୱାଇଁର ମୃତ୍ୟୁ

ଶ୍ୱଶୁର ଘରେ ପୋଡି ହୋଇ ଜ୍ୱାଇଁର ମୃତ୍ୟୁ

ଚାନ୍ଦବାଲି : ଶ୍ୱଶୁର ଘରେ ଜ୍ବାଇଁର ମୃତ୍ୟୁ । ପରିବାର ତରଫରୁ ହତ୍ୟା ଅଭିଯୋଗ ଆଣି ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ କରାଯାଇଛି । ଶବକୁ ରଖି ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟରେ ରାସ୍ତାରୋକ କରାଯାଇଛି । ଅଟକି ରହିଛି ଶହ ଶହ ସଂଖ୍ୟକ ଗାଡି ମଟର । ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ସୂଚନା ମୁତାବକ, ସ୍ଥାନୀୟ ଖେରଙ୍ଗ ପଞ୍ଚାୟତର ସନ୍ତୋଷ ଦାସ ନିକଟସ୍ଥ ଜଳେଶ୍ବରପୁର ପଞ୍ଚାୟତରେ ୧୦ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି। ସନ୍ତୋଷ ବାହାର ରାଜ୍ୟରେ ରହି କାମ କରନ୍ତି । ଏହାର ସୁଯୋଗ ନେଇ ପତ୍ନୀ ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରଖି ଆସୁଥିବା ନେଇ ସନ୍ତୋଷ ସନ୍ଦେହ କରୁଥିଲେ । ଯାହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଉକ୍ତ ଘଟଣାକୁ ନେଇ ପତ୍ନୀ କିଛି ଦିନ ପୂର୍ବେ ନିଖୋଜ ହୋଇଯାଇଥିଲେ ।

ଏ ବିଷୟରେ ସ୍ୱାମୀ ସନ୍ତୋଷ ଚାନ୍ଦବାଲି ଥାନାର ଦ୍ୱାରସ୍ଥ ହୋଇଥିଲେ ।ଚାନ୍ଦବାଲି ପୋଲିସ ବହୁ ଖୋଜାଖୋଜି ପରେ ମୃତୁଞ୍ଜୟ ସ୍ତ୍ରୀଙ୍କର ଅପହରଣକାରୀ ବୋଲି ଜାଣିବାକୁ ପାଇଥିଲା ଓ ସ୍ତ୍ରୀକୁ ଉଦ୍ଧାର କରି ବାପ ଘରକୁ ପଠାଇ ଦେଇଥିଲେ । ଗତକାଲି ସନ୍ତୋଷ ଶ୍ୱଶୁର ଘରକୁ ଯାଇଥିବା ବେଳେ ପତ୍ନୀ ସହ ବଚସା ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସନ୍ତୋଷର ଶାଶୁ, ସ୍ତ୍ରୀ, ମୃତୁଞ୍ଜୟ ଓ ଆଉ ଦୁଇ ଜଣ ପୁରୁଷ ମିଶି ସନ୍ତୋଷକୁ ମାଡ଼ ମାରିବା ସହ ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକେ ଖବର ପାଇ ଗୁରୁତର ଅବସ୍ଥାରେ ସନ୍ତୋଷକୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ଓ ପରେ କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ଶବ ଘରେ ପହଞ୍ଚିବା ପରେ ଅଭିଯୁକ୍ତକୁ ଗିରଫ ଦାବିରେ ପରିବାର ଲୋକେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟରେ ରାସ୍ତା ଉପରେ ବସିରହିଛନ୍ତି । ଖବର ଲେଖାହେବା ଯାଏ ସନ୍ତୋଷ ମୃତ୍ୟୁରେ ଜଡ଼ିତ ସମସ୍ତ ଅଭିଯୁକ୍ତ ଗିରଫ ନ ହେବା ପର୍ଯ୍ୟନ୍ତ ପରିବାର ଲୋକେ ଶବ ଦାହ କରିବେନି ଅଡ଼ି ବସିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking