29.1 C
Bhubaneswar
Monday, April 27, 2026
Homeଓଡିଶାରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଯୁବ କଂଗ୍ରେସର ସତ୍ୟାଗ୍ରହ

ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଯୁବ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀ ଏବଂ ଆଦିବାସୀ ମାନଙ୍କ ସହିତ ଯେଭଳି ଭାବରେ ପ୍ରତାରଣା କରିଛନ୍ତି ତାର ଉଦାହାଣ ହେଉଛି ସିଜିମାଳି । ଜଙ୍ଗଲ ଆଇନ ମାଧ୍ୟମରେ ଆଦିବାସୀ ମାନଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ପ୍ରଶାସନ ବିଜେପି ସରକାରର ଚାଟୁକାରିତା ସାଜି ଆଦିବାସୀ ମାନଙ୍କ ଉପରେ ଦମନଲୀଳା ଚଲାଇଛି । କାଶିପୁର ବ୍ଲକ ସିଜିମାଳି ଅଞ୍ଚଳକୁ ଯେଉଁଭଳି ଭାବରେ ବିଜେପି ସରକାର କମ୍ପାନୀ ହାତରେ ଟେକିଦେଇଛି ଏହାକୁ ଯୁବ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି । ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଆଦିବାସୀ ମାନଙ୍କର ଅଧିକାର ପାଇଁ ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମୁଖରେ ସତ୍ୟାଗ୍ରହ କରାଯାଇଥିଲା । ସତ୍ୟାଗ୍ରହ କରିବା ସହିତ ଶ୍ରୀ ପାତ୍ର ସିଜିମାଳି ଅଞ୍ଚଳ ମଧ୍ୟ ଗସ୍ତ କରିଥିଲେ କଂଗ୍ରେସ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହିତ । ସତ୍ୟାଗ୍ରହ ସମୟରେ ଅଖିଳ ଭାରତ ଯୁବ କଂଗ୍ରେସର ସଭାପତି ଶ୍ରୀ ଉଦୟ ଭାନୁ ଚିବ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ, ଅଖିଳ ଭାରତୀୟ ଯୁବ କଂଗ୍ରେସର ପ୍ରଭାରୀ ଶ୍ରୀ ମନିଷ ଶର୍ମା ଯୋଗଦେଇ ଡବଲ ଇଞ୍ଜିନ ସରକାରକୁ ତାଙ୍କ ପ୍ରତିକ୍ରିୟା ମାଧ୍ୟମରେ କହିଥିଲେ ଯେ ଏ ସରକାର ଜନବିରୋଧି ଏବଂ ଆଦିବାସୀ ବିରୋଧି ସରକାର ପୁଞ୍ଜିପତି ମାନଙ୍କ ପାଖରେ ଏ ସରକାର ସମର୍ପଣ ହୋଇଯାଇଛି । ସାଧାରଣ ଜନତାଙ୍କ ସରକାର କହି କ୍ଷମତାକୁ ଆସିଥିବା ଓଡ଼ିଶାର ବିଜେପି ସରକାର ଓଡ଼ିଶାବାସୀଙ୍କର ଭାବାବେଗ ସହିତ ଖେଳ ଖେଳୁଛି ।

ନୀରିହ ଆଦିବାସୀ ମାନଙ୍କ ପାଖରେ ପୋଲିସ ପ୍ରଶାସନକୁ ଲଗାଇ ଯେଉଁଭଳି ଭାବରେ ସିଜିମାଳିରେ ଦମନଲୀଳା କରାଗଲା ଏହା କ’ଣ ଥିଲା ଓଡ଼ିଆ ଅସ୍ମିତା । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଯେଉଁଭଳି ଭାବରେ ଦମନଲୀଳା ଚଳାଇଛନ୍ତି ଆଦିବାସୀ ମାନଙ୍କ ଉପରେ ଏଥିରୁ ନିବୃତ ରୁହନ୍ତୁ ନଚେତ ଯୁବ କଂଗ୍ରେସ ଆଦିବାସୀ ମାନଙ୍କର ଅଧିକାର ପାଇଁ ଲଢ଼େଇ ଜାରି ରଖିବ । କଂଗ୍ରେସ ଦଳ ଏବଂ ଯୁବ କଂଗ୍ରେସ ସବୁବେଳେ ସାଧାରଣ ଲୋକମାନଙ୍କ ପାଇଁ ସଂଗ୍ରାମ ଏବଂ ସଂଘର୍ଷ କରିଆସିଛି । ଆଦିବାସୀ ମାନଙ୍କର ହକ ପାଇଁ ଯୁବ କଂଗ୍ରେସ ସବୁବେଳେ ଏବଂ ସବୁ ସମୟରେ ସରକାର ଏବଂ ପ୍ରଶାସନ ସହ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛି । ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସଂପାଦକ ସୁଦିପ ସାମଲ, ଗୋପନ ମାର୍ଥା, ଅଭିଜିତ ଜେନା, ଗଣେଶ ସାହୁ, ସୁରଜ ବେହେରା, ଅମିତ ଆଚାର୍ଯ୍ୟ, ଆଲୋକ ଦାସ, ଲକ୍ଷ୍ମୀପ୍ରିୟା ନାୟକ, ସୁଶ୍ରୀ ବେହେରା, ମୋହନ ନାୟକ, ଜ୍ଞାନରଞ୍ଜନ ରାଉତ, କୃଷ୍ଣ ମହାନ୍ତି, ବିଶ୍ୱଜିତ ଲେଙ୍କା, କାର୍ତ୍ତିକେଶ୍ୱର କାଣ୍ଡି, ବେଣୁପାଣି ଦୁର୍ଗା, ଅମିତ ଆଇର, ସାହାରୁଖ ଖାନ ପ୍ରମୁଖ ସତ୍ୟାଗ୍ରହରେ ଯୋଗଦେଇ ଡବଲ ଇଞ୍ଜିନ ସରକାର ବିରୋଧରେ ମନ୍ତବ୍ୟ ରଖିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking