ରାଉରକେଲା: ଟ୍ରେନ ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ । ଏଭଳି କିଛି ଦୁଃଖଦ ଘଟଣା ରାଉରକେଲାରେ ଘଟିଛି । ଗତକାଲି ବିଳମ୍ବିତ ରାତିରେ ବାସନ୍ତୀ କଲୋନୀ ହରିପୁର ବସ୍ତିର ଦୁଇ ଭାଇଙ୍କର ଯାଇଛି ଜୀବନ । ଉଭୟ ରାତିରେ ଟ୍ରେନ ଲାଇନ ପାର କରିବା ସମୟରେ ଏଭଳି ଏକ ଅଘଟଣା ଘଟିଛି । ରାଉରକେଲା- ବୀରମିତ୍ରପୁର ପାସେଞ୍ଜର ଟ୍ରେନ ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ରାଉରକେଲା ସରକାରୀ ହସ୍ପିଟାଲକୁ ବ୍ୟହଚ୍ଛେଦ ପାଇଁ ପଠାଇଛି ।










