ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଆଜି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକମାନଙ୍କ ମତକୁ ସମସ୍ତେ ସ୍ବୀକାର କରିଛନ୍ତି । ହେଲେ ଏହାରି ଭିତରେ ବିଜେପିର ଏହି ବିଜୟ କେବଳ ଏକ ଜିତ୍ ନୁହେଁ ଏହା ଏକ ବହୁତ ବଡ଼ ଅପେକ୍ଷାର ଅନ୍ତ ହୋଇଛି । ପଶ୍ଚିମବଙ୍ଗରେ ‘ଦିଦି’ ସରକାରର ପତନ । ଗାଦିଚ୍ୟୁତ ହେଲା କ୍ଷମତାସୀନ ଟିଏମସି । ବେଙ୍ଗଲରେ ଆଜିଠୁ ବିଜେପି ରାଜ । ପଶ୍ଚିମବଙ୍ଗରେ ମଉଳିଲା ଟିଏମସି । ପଶ୍ଚିମବଙ୍ଗରେ ପ୍ରଥମ କରି ସରକାର ଗଢିବ ବିଜେପି । ପାଖାପାଖି ୨୦୦ ଆସନରେ ଆଗୁଆ ରହିଛି ବିଜେପି । କେବଳ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣାକୁ ଅପେକ୍ଷା କରାଯାଇଛି । ପଶ୍ଚିମବଙ୍ଗରେ ବିଜେପି ଶିବିରରେ ବିଜୟ ଉତ୍ସବ ପାଳନ କରାଯିବ । ସେଠାକାର ବାସିନ୍ଦାମାନେ ମଧ୍ୟ ବିଜେପି ସରକାର ଆସିବା ନେଇ ବେଶ ଖୁସି ଅଛନ୍ତି । ଗେରୁଆ ବସ୍ତ୍ର ପରିଧାନ କରି ରଙ୍ଗ ଖେଳି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବଂ କହିଛନ୍ତି, ନିଯୁକ୍ତି କ୍ଷେତ୍ର ଏବଂ ସୁରକ୍ଷା କ୍ଷେତ୍ରରେ ବିଜେପି ସରକାର ବହୁତ ସୁଯୋଗ ଦେବେ । ଯାହା ମମତା ଦିଦି ସରକାର ଗଠନରେ ହୋଇ ପାରିନଥିଲା । ସୂଚନା ଥାଉକି, ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି। ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୬୦ ଆସନରେ ଆଗୁଆ ଥିବାବେଳେ ଟିଏମସିକୁ ବଡ଼ ଝଟ୍କା ଲାଗିଛି। ଶାସକ ଦଳ ୧୧୭ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟଦଳ ୧ ଆସନରେ ଆଗୁଆ ରହିଛନ୍ତି। ରାଜ୍ୟ ବିଧାନସଭାରେ ସରକାର ଗଠନ ପାଇଁ ୧୪୮ ଆସନର କୁହୁକ ସଂଖ୍ୟା ରହିଥିବାବେଳେ ବିଜେପି ପ୍ରାରମ୍ଭିକ ଗଣତିରେ ଏହାକୁ ଅତିକ୍ରମ କରିଥିବା ଦେଖାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେହି କଥା ମନେ ପକେଇ ଦେଉଛି ଯେ ଦୃଢ଼ ସଂକଳ୍ପ ଆଗରେ କିଛି ବି ଅସମ୍ଭବ ନୁହେଁ । ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବିଜୟକୁ କେବଳ ଏକ ନିର୍ବାଚନୀ ବିଜୟ ବୋଲି କହି କହି ଖାରଜ କରିବା ଭୁଲ ହେବ ।










