ନୂଆଦିଲ୍ଲୀ: କେରଳମରେ ଶାସନ ପରିବର୍ତ୍ତନ ନିଶ୍ଚିତ । ଶାସକ ଏଲଡିଏଫକୁ ପଛରେ ପକାଇଲା ୟୁଡିଏଫ । ପ୍ରାୟ ୯୦ ଆସନରେ ଅଗ୍ରଣୀ ସହ ସରକାର ଆଶା ଉଜ୍ୱଳ ରହିଛି । କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ୟୁନାଇଟେଡ ଡେମୋକ୍ରାଟିକ ଫଣ୍ଟ ପ୍ରାୟ ୮୬ଟି ଆସନରେ ଆଗୁଆ ଥିବା ବେଳେ ସିପିଆଇଏମ ନେତୃତ୍ୱାଧୀନ ବାମ ଡେମୋକ୍ରାଟିକ ଫଣ୍ଟ ୪୬ଟି ଆସନରେ ଆଗୁଆ ଥିବା ବେଳେ ପ୍ରାୟ ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ଆଗରେ ଅଛି । ଏଲଡିଏଫ ଏବଂ ୟୁଡିଏଫ ପ୍ରତ୍ୟେକ ୪୧ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ପାଞ୍ଚଟି ଆସନରେ ଆଗୁଆ ଅଛି ।










