30.6 C
Bhubaneswar
Sunday, May 24, 2026
Homeଓଡିଶାନୀଳମଣି ରାଉତରାୟଙ୍କ ୧୦୬ତମ ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗଦେଲେ ନବୀନ

ନୀଳମଣି ରାଉତରାୟଙ୍କ ୧୦୬ତମ ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗଦେଲେ ନବୀନ

ଭୁବନେଶ୍ୱର : ଆଜି ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ନୀଳମଣି ରାଉତରାୟଙ୍କ ୧୦୬ତମ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଭୁବନେଶ୍ଵର ଏ.ଜି. ଛକ ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା, ଓଡ଼ିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ। ତାଙ୍କ ସହିତ ଅନ୍ୟ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ସମସ୍ତ ସମ୍ମାନିତ କର୍ପୋରେଟର, ପୂର୍ବତନ କର୍ପୋରେଟର, ବିଜୁ ଜନତା ଦଳର ସମସ୍ତ ଛାମୁଆ ସଂଗଠକ, ମହିଳା, ଯୁବ, ଛାତ୍ର ସଂଗଠନର କର୍ମୀ ତଥା ଶତାଧିକ ଦଳୀୟ କର୍ମୀବନ୍ଧୁ ସାମିଲ ହୋଇ ବରପୁତ୍ରଙ୍କୁ ସାମୂହିକ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ। ମୁଁ ମଧ୍ୟ ଏ.ଜି. ଛକ ସ୍ଥିତ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଓଡ଼ିଶାର ଏହି ମହାନ ଜନନାୟକଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଜ୍ୟକୁ ପ୍ରଗତିଶୀଳ କରିବା ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସ୍ଵର୍ଗତ ନୀଳମଣି ରାଉତରାୟଙ୍କ ଅବଦାନ ଓ ଦୂରଦୃଷ୍ଟି ସର୍ବଦା ସ୍ମରଣୀୟ ଓ ଅନୁକରଣୀୟ। ତାଙ୍କ ଆଦର୍ଶ ଓ ସଂଗ୍ରାମୀ ଚେତନା ଆମକୁ ସବୁବେଳେ ଜନସେବା ପାଇଁ ପ୍ରେରଣା ଦେବ। ନୀଳମଣି ବାବୁ ଅମର ରହେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking