27.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : କୌଣସି ଅଧା ରହିଥିବା କାମ ସମ୍ପୂର୍ଣ୍ଣ ହେବ । ନିଜର ଆବଶ୍ୟକ ପୂରଣ ପାଇଁ ବ୍ୟାଙ୍କ କିମ୍ବା କୌଣସି ସଂସ୍ଥାରୁ ଧନପ୍ରାପ୍ତି ହେବ । ନୂତନ ବନ୍ଧୁ ଯୋଗ ଅଛି । ତାଙ୍କ ଦ୍ୱାରା ଆପଣ ଲାଭବାନ୍ ହେବେ । ବନ୍ଧୁମାନଙ୍କ ସହଯୋଗ ମିଳିବ ।
ବୃଷ : ଆପଣଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି ଯୋଗୁ ନୂତନ ଯୋଜନା ଆରମ୍ଭ କରିବେ । ଧାର୍ମିକ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭବାନ୍ ହେବେ । ଆପଣଙ୍କ ସମୟ ଅତିବାହିତ କରିବ । ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ ।
ମିଥୁନ : ବ୍ୟବସାୟରେ ଲାଭବାନ୍ ହେବେ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅଯଥା ସନ୍ଦେହ କରିବେ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇପାରନ୍ତି ।
କର୍କଟ : ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଭବିଷ୍ୟତ ପାଇଁ ଚିନ୍ତା କରିବେ। ଆୟ ବ୍ୟୟ ସମାନ ରହିବ । ଦୂରଯାତ୍ରା କରି ଲାଭବାନ୍ ହୋଇପାରନ୍ତି । ଅର୍ଥ ଅପଯଶ ହେବ । ପିଲାମାନେ ସଫଳତା ଲାଭ କରିବେ ।
ସିଂହ : ଆଳସ୍ୟ ଯୋଗୁ ବ୍ୟବସାୟରେ ଅଧିକ କ୍ଷତିର ସମ୍ଭାବନା । କୌଣସି ମହତ୍ୱପୂର୍ଣ୍ଣ ଘଟଣା ଘଟିବାର ସମ୍ଭାବନା ଅଛି । ମାନସିକ ଅଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଚିନ୍ତାରେ ସମୟ ଅତିବାହିତ କରିବେ । ଛାତ୍ରଛତ୍ରୀମାନେ ସଫଳତା ପାଇବେ ।
କନ୍ୟା : ଚାକିରୀ କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାର ବଢ଼ିପାରେ । ସାମଜିକ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ମାନସିକ ଅଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ମାନସିକ ଚିନ୍ତାରେ ସମୟ ଅତିବାହିତ କରିବେ । ଧନଲାଭର ସମ୍ଭାବନା ଅଛି ।
ତୁଳା : ଆଜି ବନ୍ଧୁମାନଙ୍କର ସହଯୋଗ ପାଇବେ । ପାରିବାରିକ ଶାନ୍ତି ମିଳିବ । ଶତ୍ରୁମାନେ ପରାଜିତ ହେବେ । ଶାରିରୀକ ସୁସ୍ଥତା ଅନୁଭବ କରିବେ । ଶତ୍ରୁମାନେ ପରାଜିତ ହେବେ ।
ବିଛା : ବ୍ୟବସାୟରେ ଲାଭର ଆଶା କମ୍ । କର୍ମକ୍ଷେତ୍ରରେ କୌଣସି ଅସୁବିଧା ହୋଇପାରେ । ମାନସିକ ଚିନ୍ତା ବୃଦ୍ଧି ପାଇବ । ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ । ସଫଳତା ଲାଭ କରିବେ। ମହିଳାମାନେ ନିଜ କାମରେ ବ୍ୟସ୍ତ ରହିବେ ।
ଧନୁ : କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ । ସାମାଜିକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ ହଇରାଣ ହୋଇପାରନ୍ତି । ଶତ୍ରୁ ଓ ପଡ଼ୋଶୀମାନେ ହଇରାଣ କରିପାରନ୍ତି । ମାଲିମୋକଦ୍ଦମାରେ ଅର୍ଥବ୍ୟୟ କରିପାରନ୍ତି । ମହିଳାମାନେ ଧର୍ମପରାୟଣ ହେବେ ।
ମକର : ଆଜି ଉଚ୍ଚପଦସ୍ଥ ଲୋକଙ୍କ ସହିତ ସମ୍ବଦ୍ଧ ଯୋଗ ଅଛି । ବହୁ ପୂରାତନ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । କୌଣସି ଆକସ୍ମିକ ଘଟଣା ଘଟିପାରେ । ଅନ୍ୟକୁ ସାହାଯ୍ୟ କରିପାରନ୍ତି । ସୁଖି ଅନୁଭବ କରିପାରନ୍ତି ।
କୁମ୍ଭ : ନିଷ୍ଟା ତଥା ଧୈର୍ଯ୍ୟ ଦ୍ୱାରା ସମସ୍ତ କାର୍ଯ୍ୟରେ ଭାଗ୍ୟବାନ ହୋଇପାରନ୍ତି । ଆର୍ଥିକ ପରିସ୍ଥିତି ପ୍ରତି ଯତ୍ନବାନ ହେବା ଆବଶ୍ୟକ । କର୍ମକ୍ଷେତ୍ର ତଥା ବ୍ୟବସାୟରେ ଲାଭବାନ ହେବା ଜଣାଯାଏ । ମହିଳାମାନେ ବନ୍ଧୁ ସହଯୋଗ ପାଇବେ ।
ମୀନ : କର୍ମକ୍ଷେତ୍ରରେ ଅଶାନ୍ତି ପାଇବେ । ପଦନ୍ନୋତି ପାଇବାର ସୁଯୋଗ ଆସିବ । ଆର୍ଥିକ ପରିସ୍ଥିତିରେ ଉନ୍ନତି ଦେଖାଯିବ । ବ୍ୟବସାୟରେ ବନ୍ଧୁ ସହଯୋଗ ମିଳିବ । ମହିଳାମାନେ ଉପକୃତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking