30.6 C
Bhubaneswar
Sunday, May 24, 2026
Homeଦେଶ ବିଦେଶନଦୀର ପ୍ରଖର ସ୍ରୋତରେ ଭାସିଗଲେ ପରିବାରର ୮ ସଦସ୍ୟ

ନଦୀର ପ୍ରଖର ସ୍ରୋତରେ ଭାସିଗଲେ ପରିବାରର ୮ ସଦସ୍ୟ

କର୍ଣ୍ଣାଟକ : ଉତ୍ତର କନ୍ନଡ ଜିଲ୍ଲାର ଥଟ୍ଟେ ହକ୍କଲୁ ନଦୀରେ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସିଗଲେ ପରିବାରର ୮ ସଦସ୍ୟ । ଏମାନଙ୍କ ଭିତରେ ୭ ଜଣ ମହିଳା ଥିବା ଜଣାପଡିଛି । ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏମାନେ ନଦୀରେ ଶାମୁକା ଖୋଜି ଏକାଠି କରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଖବର ମୁତାବକ, ଶିରାଲୀ ଗାଁର ପ୍ରାୟ ୧୪ ଜଣ ଲୋକ ନଦୀରେ ଶାମୁକା ଏକାଠି କରୁଥିଲେ । ହଠାତ୍ ନଦୀରେ ସୁଅ ବଢିଯାଇଥିଲା । ଆଉ ଏମାନେ ପାଣିର ସ୍ତର ଆକଳନ ନ କରିପାରି ଭାସିଯାଇଥିଲେ। ଏହାପରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କିଛି ସ୍ଥାନୀୟ ବ୍ୟକ୍ତି ନଦୀକୁ ଡେଇଁଥିଲେ । ନଦୀରୁ ୮ ଜଣଙ୍କ ମୃତଦେହ ଜବତ କରାଯାଇଥିବା ବେଳେ ୨ ଜଣ ନିଖୋଜ ରହିଛନ୍ତି । ଘଟଣା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking