27.8 C
Bhubaneswar
Monday, June 15, 2026
Homeଅପରାଧଖୁନୀ ସ୍ତ୍ରୀର ଥ୍ରିଲର କାହାଣୀ, ସ୍ଵାମୀକୁ ଛାଡ଼ିଲା... ଦେଢଶୁରକୁ ମାରିଲା, ୨ ପ୍ରେମିକଙ୍କ ସହ ମିଶି...

ଖୁନୀ ସ୍ତ୍ରୀର ଥ୍ରିଲର କାହାଣୀ, ସ୍ଵାମୀକୁ ଛାଡ଼ିଲା… ଦେଢଶୁରକୁ ମାରିଲା, ୨ ପ୍ରେମିକଙ୍କ ସହ ମିଶି ଶବକୁ କେନାଲରେ ଫିଙ୍ଗିଦେଲା

ନୂଆଦିଲ୍ଲୀ: : ଖୁନୀ ସ୍ତ୍ରୀର ଥ୍ରିଲର କାହାଣୀ। ପ୍ରଥମ ସ୍ଵାମୀକୁ ଛାଡ଼ିଲା, ଦେଢଶୁର ସହ ଫେରାର୍ ହୋଇଗଲା। ସେତିକିରେ ଦେହ ସୁଖ ମେଣ୍ଟିଲାନି ଯେ ପଡୋଶୀ ସହ ଦେଢଶୁରକୁ ତକିଆ ଦାବି ମାରିଦେଲା। ଆଉ ତାପରେ ୨ ପ୍ରେମିକଙ୍କ ସହ ମିଶି ଶବକୁ କେନାଲରେ ଫିଙ୍ଗିଦେଲା। ଗୁଜରାଟର ସୁରେନ୍ଦ୍ରନଗରରେ ଗତବର୍ଷ ଅକ୍ଟୋବରରେ ଧାଙ୍ଗଧ୍ରା ସ୍ଥିତ ଏକ କେନାଲରୁ ଶାନ୍ତିଗିରି ଗୋସ୍ଵାମୀ ନାମକ ଜଣେ ବ୍ୟକ୍ତିଙ୍କ ଶବ ଜବତ ହୋଇଥିଲା। ସ୍ଥାନୀୟ ପୁଲିସ ଏହାକୁ ଅପମୃତ୍ୟୁ ମାମଲା କହି ଫାଇଲ୍ ବନ୍ଦ କରିଦେଇଥିଲା। ହେଲେ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ଗୁଇନ୍ଦା ତଥ୍ୟ ଆଧାରରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜାଗୃତି ଏବଂ ତାଙ୍କର ୫୪ ବର୍ଷୀୟ ପ୍ରେମିକ କାନ୍ତିଲାଲକୁ ପୁଲିସ ଗିରଫ କରିଛି।

ସୂଚନାନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଜାଗୃତି ସୁଖଦେବଗିରି ଗୋସ୍ଵାମୀଙ୍କୁ ପ୍ରଥମ ବିବାହ କରିଥିଲା। ତାଙ୍କର ଦୁଇଟି ସନ୍ତାନ ଥିଲା। ହେଲେ ସେ ଦେଢଶୁରଙ୍କ ପ୍ରେମରେ ପାଗଳ ହୋଇଯାଇଥିଲା। ପ୍ରଥମ ସ୍ଵାମୀ ଏବଂ ଦୁଇ ଛୁଆଙ୍କୁ ଛାଡ଼ି ଦେଢଶୁର ଶାନ୍ତିଗିରିଙ୍କ ସହ ଫେରାର୍ ହୋଇଯାଇଥିଲା। ଦୁହେଁ ଆଉ ଏକ ଗାଁରେ ଯାଇ ସ୍ଵାମୀ-ସ୍ତ୍ରୀ ଭଳି ରହୁଥିଲେ। ଶାନ୍ତିଗିରି ପେଶାରେ ଡ୍ରାଇଭର୍ ହୋଇଥିବାରୁ ଅନେକ ସମୟରେ ଘରେ ରହୁନଥିଲେ। ୨୦-୨୫ ଦିନରେ ଥରେ ଘରକୁ ଆସୁଥିଲେ। ଏକେଲାପଣ ପାଇଁ ଜାଗୃତି ଆଉ ଜଣେ ପଡୋଶୀ କାନ୍ତିଲାଲଙ୍କ ପ୍ରେମରେ ପଡିଯାଇଥିଲ। ତାଙ୍କ ସହ ଅବୈଧ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ ଦୁହେଁ ଶାନ୍ତିଗିରିଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ପ୍ଲାନ୍ କରିଥିଲେ। ଜଣେ ସୁପାରୀ କିଲରଙ୍କୁ ଟଙ୍କା ଦେଇଥିଲେ। ହେଲେ ସୁପାରୀ କିଲର ଜଣଙ୍କୁ ଶାନ୍ତିଗିରିଙ୍କୁ ନମାରି ୨୫ ହଜାର ଟଙ୍କା ଠକି ନେଇଥିଲା। ଏହାପରେ ଜାଗୃତି ନିଜେ ପ୍ରେମିକ କାନ୍ତିଲାଲ ସହ ମିଶି ଶାନ୍ତିଗିରିକୁ ତକିଆ ଚାପି ହତ୍ୟା କରିଥିଲା। ଆଉ ଏକ ପ୍ରେମିକ ଦୀପକ ସହ ମିଶି ଶବକୁ କେନାଲରେ ଫିଙ୍ଗି ଦେଇଥିଲା। କ୍ରାଇମବ୍ରାଞ୍ଚ ଏହି ହତ୍ୟା ମାମଲାର ପର୍ଦ୍ଦାଫାସ୍ କରିଛି। ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking