28.1 C
Bhubaneswar
Monday, October 19, 2026
Homeଓଡିଶାଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିକୁ ଘେରିଲେ ମୋହନ ମାଝୀ

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିକୁ ଘେରିଲେ ମୋହନ ମାଝୀ

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନକୁ ନେଇ ପୂର୍ବତନ ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୧୭ ମସିହାରୁ ଦୀର୍ଘ ସମୟ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବାକୁ ନେଇ ସେ ପୂର୍ବ ସରକାରଙ୍କୁ ସମାଲୋଚନା କରିଛନ୍ତି। ଛାତ୍ର ସମାଜ ଉପରେ ଆସ୍ଥା ନଥିବାରୁ ତତ୍କାଳୀନ ସରକାର ନିର୍ବାଚନ ବନ୍ଦ ରଖିଥିଲେ ବୋଲି ମୋହନ ମାଝୀ ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଛାତ୍ର ଆନ୍ଦୋଳନରୁ ରାଜନୀତି ଆରମ୍ଭ କରିଥିବା ତତ୍କାଳୀନ ଶାସକ ଦଳର ନେତା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ନିର୍ବାଚନ ବନ୍ଦ ରଖିବା ନିଷ୍ପତ୍ତି ବିରୋଧରେ ସ୍ୱର ଉଠାଇନଥିଲେ। ଏପରିକି ଛାତ୍ର ସଂସଦ ନିର୍ବାଚନ କରାଇବାକୁ ସରକାର ସଂକଳ୍ପ ନେବା ସମୟରେ ଦେଶର ପରିସ୍ଥିତି ଅନୁକୂଳ ନଥିବା ଏବଂ ଜେନ୍‌-ଜି ଅସନ୍ତୁଷ୍ଟ ଥିବା ଭଳି ଯୁକ୍ତି ଦେଇ ନିର୍ବାଚନ ଟାଳିବାକୁ ଚାପ ପକାଯାଇଥିଲା ବୋଲି ସେ କହିଛନ୍ତି ।ତେବେ ତାଙ୍କ ସରକାର ପ୍ରତିଶ୍ରୁତି ରକ୍ଷା କରି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ କରାଇଥିବା ମୋହନ ମାଝୀ ଦାବି କରିଛନ୍ତି । ତାଙ୍କ ମତରେ, ଏହି ନିର୍ବାଚନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପୂର୍ବ ସରକାରକୁ ଜବାବ ଦେଇଛନ୍ତି । ଅନ୍ୟପକ୍ଷରେ, ଓଡ଼ିଶାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ବିଜୟକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରି ଓଡ଼ିଶାରେ ମଧ୍ୟ ABVPର ବିଜୟ ଯୁବଶକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତି ସହ ରହିଥିବା ପ୍ରମାଣ କରୁଛି ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking