27.1 C
Bhubaneswar
Tuesday, October 20, 2026
Homeଓଡିଶାଝାରସୁଗୁଡ଼ାରେ ପୁଲିସ ଏନ୍‌କାଉଣ୍ଟର: ଅପରାଧୀ ବଣ୍ଟି ପ୍ରସାଦ ଆହତ

ଝାରସୁଗୁଡ଼ାରେ ପୁଲିସ ଏନ୍‌କାଉଣ୍ଟର: ଅପରାଧୀ ବଣ୍ଟି ପ୍ରସାଦ ଆହତ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇଛି ଅଭିଯୁକ୍ତ ବଣ୍ଟି ପ୍ରସାଦ । ଆମ୍ବଦରହ ଜଙ୍ଗଲ ନିକଟରେ ପୁଲିସ ପକ୍ଷରୁ ଏହି ଏନ୍‌କାଉଣ୍ଟର କରାଯାଇଛି । ଗୁଳି ବଣ୍ଟିର ବାମ ଗୋଡ଼ରେ ବାଜିଥିବା ସୂଚନା ମିଳିଛି। ତାକୁ ଚିକିତ୍ସା ପାଇଁ ଖଲିଆକାନି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁସାରେ, ବଣ୍ଟି ପ୍ରସାଦର ଘର ହନୁମାନ ନଗର, ଓରିଏଣ୍ଟ ଥାନା ଅଞ୍ଚଳରେ । ପୁଲିସ ଚଢ଼ାଉ କରିବା ସମୟରେ ବଣ୍ଟି ପ୍ରଥମେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଏହାପରେ ଆତ୍ମରକ୍ଷା ପାଇଁ ପୁଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ବଣ୍ଟି ଆହତ ହୋଇଥିବା ଜଣାପଡ଼ିଛି । ବଣ୍ଟି ପ୍ରସାଦ ନାଁରେ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଥିବା ସୂଚନା ମିଳିଛି। ଏନ୍‌କାଉଣ୍ଟର ଘଟଣାକୁ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking