35.1 C
Bhubaneswar
Sunday, May 10, 2026
Homeଓଡିଶାକାନ୍ଥ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଦାମୀ ଫୋନ୍

କାନ୍ଥ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଦାମୀ ଫୋନ୍

ସୁବର୍ଣ୍ଣପୁର: ମୋବାଇଲ୍ ଦୋକାନରୁ ଚୋରି। କାନ୍ଥ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଦାମୀ ମୋବାଇଲ ଫୋନ୍। ସୁବର୍ଣ୍ଣପୁର ବୀରମହାରାଜପୁର ସହରରୁ ହୋଇଛି ଲୁଟ୍। ଅଭିଯୋଗ ଅନୁସାରେ, ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଦୋକାନର ପଛପଟ କାନ୍ଥ ଭାଙ୍ଗି ଭିତରକୁ ପଶିଥିଲେ। ଦୁର୍ବୁତ୍ତ ଜଣକ ଚତୁରତାର ସହ ମୁହଁ ରେ ମାସ୍କ ଲଗାଇବା ସହିତ ସିସିଟିଭି ରୁ ବଞ୍ଚିବା ପାଇଁ ଏକ ଛତା ଧରି ଭିତରକୁ ପଶିଥିଲେ। ଫଳରେ ସିସିଟିଭି ରେ ଜଣା ପଡୁନାହିଁ। ତେବେ ମୋବାଇଲ ଦୋକାନରୁ ପ୍ରାୟ ୪୭ ଟି ଦାମୀ ମୋବାଇଲ ନେଇଯାଇଥିବା ଅଭିଯୋଗ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୭ ଲକ୍ଷ ହେବ ବୋଲି କହିଛନ୍ତି ଦୋକାନ କର୍ମଚାରୀ । କେବଳ ମୋବାଇଲ ନୁହେଁ ଡ୍ରୟର ରେ ଥିବା ପ୍ରାୟ ୮ ହଜାର ଟଙ୍କା ଓ ଡେମୋ ମୋବାଇଲ ମଧ୍ୟ ଚୋରି ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତନାଘନା କରିଥିବାବେଳେ ଡଗ ସ୍କାଡ ସାହାଯ୍ୟରେ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking