30 C
Bhubaneswar
Thursday, July 23, 2026
Homeଓଡିଶାବନ୍ଦ ହୋଇପାରେ ରାଜ୍ୟର ୧୫ଟି ବିଇଡି କଲେଜ

ବନ୍ଦ ହୋଇପାରେ ରାଜ୍ୟର ୧୫ଟି ବିଇଡି କଲେଜ

ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାରେ ସାମ୍ନାକୁ ଆସିଛି ବଡ଼ଧରଣର ନିଯୁକ୍ତି ଦୁର୍ନୀତି । ବନ୍ଦ ହୋଇପାରେ ରାଜ୍ୟର ୧୫ଟି ବିଇଡି କଲେଜ । ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନସିଟିଇ)ର ନିୟମାନୁସାରେ ଅଧ୍ୟାପକ ହେବା ପାଇଁ ଗୋଟିଏ ବିଷୟରେ ସ୍ନାତକୋତ୍ତର ସହ ଏମ୍.ଇଡି ଡିଗ୍ରୀ ବାଧ୍ୟତାମୂଳକ । ଏହା ସତ୍ତ୍ୱେ, କେବଳ ବିଇଡି ଥିବା ଅଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଅଭିଯୋଗରେ ଏନସିଟିଇର ପୂର୍ବାଞ୍ଚଳ କମିଟି ଗତ ମେ ୨୬ ବୈଠକ ଆଲୋଚନା ହୋଇଥିଲା ।

ପରେ ଗତ ୧୪ ଓ ୧୫ ତାରିଖରେ ଭୁବନେଶ୍ୱରର ନଳିନୀ ଦେବୀ କଲେଜ, କଟକର ରାଧାନାଥ ଓ ହିନ୍ଦୀ ଟ୍ରେନିଂ ଇନଷ୍ଟିଚ୍ୟୁଟ, ବ୍ରହ୍ମପୁରର ଦିବାକର ପଟ୍ଟନାୟକ, ସମ୍ବଲପୁରର ଡ. ପର୍ଶୁରାମ ମିଶ୍ରଙ୍କ ସମେତ ଆନନ୍ଦପୁର, ବଲାଙ୍ଗିର, ଭବାନୀପାଟଣା, ବାଲେଶ୍ୱର, କଳିଙ୍ଗା, ଭଞ୍ଜନଗର, ରାଉରକେଲା, କୋରାପୁଟ, ଫୁଲବାଣୀ ଓ ଅନୁଗୋଳର ସମୁଦାୟ ୧୫ଟି ବିଇଡି କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଚଳିତ ମାସ ଶେଷ ସୁଦ୍ଧା ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତବର୍ଷ ସେପ୍ଟେମ୍ବରରେ ଏନସିଟିଇ ରାଜ୍ୟ ସରକାରଙ୍କୁ ନୋଟିସ ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ମାତ୍ର ଏବେ ହାଇକୋର୍ଟଙ୍କ ହସ୍ତକ୍ଷେପ ଓ ଜବାବ ତଲବ ପରେ ଏନସିଟିଇ ସିଧାସଳଖ କଲେଜଗୁଡ଼ିକୁ ସୋ-କଜ୍ କରିଥିବାରୁ ଏହି ପ୍ରତିଷ୍ଠାନଗୁଡ଼ିକର ସ୍ୱୀକୃତି ଓ ମାନ୍ୟତା ରଦ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking