30 C
Bhubaneswar
Thursday, July 23, 2026
Homeଓଡିଶା୧୫ ଦିନରେ ଦବିଗଲା ନୂଆ ରାସ୍ତା

୧୫ ଦିନରେ ଦବିଗଲା ନୂଆ ରାସ୍ତା

କଟକ: ଲଗାଣ ବର୍ଷା ମଧ୍ୟରେ କଟକ ସହରରୁ ସାମ୍ନାକୁ ଆସିଛି ରାସ୍ତା ନିର୍ମାଣର ନିମ୍ନମାନର କାମର ଏକ ଚିନ୍ତାଜନକ ଚିତ୍ର । କଟକର ନୂଆପଡ଼ା-ଖପୁରିଆ ମୁଖ୍ୟ ରାସ୍ତା ହଠାତ୍ ଦବି ଯିବାରୁ ସମ୍ପୂର୍ଣ୍ଣ ଯାତାୟାତ ବନ୍ଦ ହୋଇଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ମାତ୍ର ୧୫ ଦିନ ପୂର୍ବରୁ ଏହି ରାସ୍ତାର ନିର୍ମାଣ କାମ ଶେଷ ହୋଇଥିଲା କିନ୍ତୁ ଲଗାତାର ବର୍ଷା ପରେ ରାସ୍ତାର ଏକ ବଡ଼ ଅଂଶ ଦବି ଯାଇଥିବାରୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି । ସ୍ଥାନୀୟ କର୍ପୋରେଟର ଅଭିଯୋଗ କରିଛନ୍ତି ଯେ, ରାସ୍ତା କାମ ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିଲା । ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ପୁଣିଥରେ ଗୁଣାତ୍ମକ ମାନରେ ରାସ୍ତା ନିର୍ମାଣ କରିବାକୁ ସେ ଦାବି କରିଛନ୍ତି । ସୌଭାଗ୍ୟବଶତଃ ରାସ୍ତା ଦବିବା ସମୟରେ ସେହି ସ୍ଥାନ ଦେଇ କୌଣସି ଗାଡ଼ି କିମ୍ବା ଲୋକ ଯାତାୟାତ କରୁନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି । ତେବେ ଘଟଣା ପରେ ସ୍ଥାନୀୟ ପ୍ରଶାସନ ରାସ୍ତାକୁ ବନ୍ଦ କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking