ଭୁବନେଶ୍ୱର: ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସ ହ ଷ୍ଟେଲ ବାଲକୋନୀରୁ ପଡି ପିଏଚଡି ଛାତ୍ର ମୃତ । ବଏଜ ହଷ୍ଟେଲର ଷଷ୍ଠ ମହଲା ବାଲକୋନୀରୁ ପଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଛାତ୍ର ହେଲେ ତନିକୋଣ୍ଡା ନିଶାନ୍ତ କୁମାର, ଘର ଆନ୍ଧ୍ର ପ୍ରଦେଶ । ବାଲକୋନୀରୁ ଖସି ମୃତ୍ୟୁ ହୋଇଥିବା ନେଇ କଲେଜ ପିଆରଓ ସୂଚନା ଦେଇଛନ୍ତି । ବାପା ମାଆ ଆସିଲା ପରେ ପୋଷ୍ଟମର୍ଟମ କରାଯିବ କହିଲେ ପିଆରଓ ।










