35.1 C
Bhubaneswar
Sunday, May 10, 2026
Homeଓଡିଶାଚଳନ୍ତା ଟ୍ରାକ୍ଟରରୁ ପଡ଼ି ଯୁବକ ମୃତ୍ୟୁ

ଚଳନ୍ତା ଟ୍ରାକ୍ଟରରୁ ପଡ଼ି ଯୁବକ ମୃତ୍ୟୁ

ଗଜପତି: ଚଳନ୍ତା ଟ୍ରାକ୍ଟରରୁ ପଡ଼ି ଯୁବକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଡରିଙ୍ଗ ଗାଁ ରେ। ସୂଚନା ପ୍ରକାରେ ଢେପାନାଯୁ ଗାଁର ରବୀନ୍ଦ୍ର କମାର (୨୪) ଶୁକ୍ରବାର ସକାଳ ସମୟରେ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରିବା ପାଇଁ ଯାଇଥିଲେ। ବୁଡରିଙ୍ଗ ଗାଁରୁ ଟ୍ରାକ୍ଟରରେ ଇଟା ଭରି କରି ନେଉଥିବା ବେଳେ ରାସ୍ତାରେ ହଟାତ୍‌ ଚଳନ୍ତା ଟ୍ରାକ୍ଟରରୁ ଖସି ପଡ଼ିଥିଲେ। ଫଳରେ ଟ୍ରାକ୍ଟରର ପଛଚକ ରବୀନ୍ଦ୍ରଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ସଙ୍ଗେ ସଙ୍ଗେ ସାଥିରେ ଥିବା ଶ୍ରମିକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏକ ଅଟୋ ଦ୍ୱାରା ଶ୍ରମିକମାନେ ରବୀନ୍ଦ୍ରଙ୍କୁ ଢ଼େପାନାଜୁ ଗାଁକୁ ଆଣିଥିଲେ। ରବୀନ୍ଦ୍ର ଘର ର ଏକ ମାତ୍ର ରୋଜଗାରିଆ ପୁଅ ହୋଈ ଥିବାରୁ କୁଲି ମୁଲ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଘରର ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ବୁଢା ବାପା ମା ଏବେ ଚିନ୍ତାରେ। ସରକାରଙ୍କ ତରଫରୁ ଯଦି କୌଣସି ସରକାରୀ ସହାୟତା ମିଳିବ ତା ହେଲେ ଉପକୃତ ହୋଈ ପାରିବେ ବୋଲି ଆଶା ରଖିଛନ୍ତି ବାପା। ଅନ୍ୟପଟେ ମୋହନା ପୋଲିସ ଗାଁରେ ପହଞ୍ଚି ଟ୍ରାକ୍ଟର ଓ ମୃତଦେହକୁ ଜବତ କରି ବ୍ୟବ୍ବଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଯିବା ସହ ଅଧିକ ତଦନ୍ତ ଚାଲୁ ରହିଥିବା ମୋହନା ଥାନା ଅଧିକାରୀ ଓମ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking