35.1 C
Bhubaneswar
Sunday, May 10, 2026
Homeଓଡିଶାସହର ଭିତରେ ଦନ୍ତାହାତୀର ଆତଙ୍କ

ସହର ଭିତରେ ଦନ୍ତାହାତୀର ଆତଙ୍କ

ଅନୁଗୁଳ: ଅନୁଗୁଳ ସହର ଭିତରେ ଗୋଟିକିଆ ଦନ୍ତାହାତୀର ଆତଙ୍କ । ଭୋରୁ ଭୋରୁ ହାତୀଟି ସହର ଭିତରେ ଥିବା ପୋଲିସ ଟ୍ରେନିଂ କଲେଜ ଭିତରେ ପଶି ବହୁ ଗଛ ଭଙ୍ଗାରୁଜା କରିଛି I ପୋଲିସ କଲୋନୀ ଭିତରେ ବାଡ଼ି ବଗିଚା ନଷ୍ଟ କରିଛି । ହାତୀଟି ଏବେ ପିଟିସି ହସ୍ପିଟାଲ ପଛ ପାଖ ପଡ଼ିଆରେ ରହିଛି ।ଅନୁଗୁଳ ବନଖଣ୍ଡର ଅନୁଗୁଳ ରେଞ୍ଜ ପୁଲିସ ସହ ରାପିଡ ରେସ୍ପନ୍ସ ଟିମ୍ ଓ ପୁଲିସ ସେଠାରେ ଜଗି ରହି ହାତୀ ଓ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି । ସନ୍ଧ୍ୟା ହେଲେ ହାତୀ ତାର ଗତି ବଦଳାଇବାର ଆଶଙ୍କା ରହିଛି। ତେଣୁ ବର୍ତ୍ତମାନ ସମୟରେ କେହି ଘରୁ ନ ବାହାରିବାକୁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking