27.2 C
Bhubaneswar
Wednesday, July 22, 2026
Homeଓଡିଶାପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହକଲା...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହକଲା କଂଗ୍ରେସ

ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାର ସଂସ୍କାର ଓ ପ୍ରଶ୍ନପତ୍ର ଲିକ ଘଟଣାରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବର୍ବରୋଚିତ ଲାଠିଚାର୍ଜ ଓ ରାହୁଲ ଗାନ୍ଧୀଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ କୁଶପୁତଳିକା ଦାହ । ଗତ ୨୦ ତାରିଖ ଦିନ ଦିଲ୍ଲୀର ଜନ୍ତରମନ୍ତର ଠାରେ ଭାରତ ବର୍ଷର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଯେଉଁଭଳି ଭାବରେ ମେଡିକାଲ ପ୍ରଶ୍ନପତ୍ରର ଲିକ ହେଲା ଏବଂ ଏହି ୧୨ ବର୍ଷ ମଧ୍ୟରେ ସମସ୍ତ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ଦୀର୍ଘ ୨୦ ଦିନ ଧରି ଅନଶନ ସହ ଆନ୍ଦୋଳନ ଜାରି ରଖିଥିଲେ ଏବଂ ଗତ ୨୦ ତାରିଖ ଦିନ ପାର୍ଲ୍ୟାମେଂଟ ଚାଲୋ ଡାକରାରେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଯାତ୍ରା ଆରମ୍ଭ କରୁଥିବା ବେଳେ ଦିଲ୍ଲୀ ପୋଲିସ ଅତ୍ୟନ୍ତ ଅମାନୁଷିକ ବର୍ବରୋଚିତ  ଲାଠି ଚାର୍ଜ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ, ଜନ୍ତ୍ରଣାଦାୟକ ଓ ହୃଦୟବିଦାରକ । ଛୋଟ ଛୋଟ ଝିଅ ମାନଙ୍କ ଡ୍ରେସକୁ ଚିରି ପକାଇବା ସହିତ ସେମାନଙ୍କୁ ଗୋଡ଼େଇ ଗୋଡ଼େି ପିଟିବା ଅତ୍ୟନ୍ତ ହୃଦୟ ବିଦାରକ । ପ୍ରଧାନମନ୍ତ୍ରୀ  ଓ ଗୃହମନ୍ତ୍ରୀ ଉଭୟ ନିଜେ ସଂସଦରେ ଥାଇ ଏଭଳି ଘଟଣା କାହା ଇଂଗିତରେ ଘଟିଲା । ପ୍ରଜାତନ୍ତ୍ରରେ ମନ୍ତ୍ରୀ ଉତ୍ତରଦାୟୀ ହେବା କଥା । କିନ୍ତୁ ମୋଦି ସରକାରରରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବିଭାଗର ଦୁର୍ନୀତି ଓ ଅପାରଗତାକୁ ନେଇ ନିଜେ ଉତ୍ତରଦାୟୀ ହେଉନାହାନ୍ତି । ତାଙ୍କର ଅପାରଗତା ଯୋଗୁଁ ୨୨ ଜଣ ନିରୀହ ଛାତ୍ରଛାତ୍ରୀ ଜୀବନ ହାରିଲେ । ବିରୋଧି ଦଳର ନେତା ଶ୍ରୀ ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦମାନେ ଏହି ଘଟଣାକୁ ନେଇ ସଂସଦରେ ଆଲୋଚନା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି ରଖିଲେ କିନ୍ତୁ ବାଚସ୍ପତି ନାଚାର ହୋଇ ଏହି ଆଲୋଚନାର ଦାବିକୁ ଗ୍ରହଣ କଲେ ନାହିଁ । ଫଳସ୍ୱରୂପ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ବାସସ୍ଥାନ ସମ୍ମୁଖରେ ଧାରଣା ଦେଲେ । ଦିଲ୍ଲୀ ପୋଲିସ ସମସ୍ତ ହିତାହିତ ଜ୍ଞାନକୁ ଭୁଲିଯାଇ ଯେଉଁଭଳି ଭାବରେ ତାଙ୍କୁ ଟେକି ନିଆଗଲା ତାଙ୍କ ପ୍ରତି ଯେଉଁ କ୍ରୁରତା ପ୍ରଦର୍ଶନ କଲେ ତାହା ପୂର୍ବରୁ କେବେ ଘଟିନଥିଲା । ସାଂସଦ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ଦଳର ଅନ୍ୟ ସାଂସଦଙ୍କୁ ମଧ୍ୟ ଅତ୍ୟନ୍ତ ଅଶୌଜନ ବ୍ୟବହାର କରିବା ସହିତ ତାଙ୍କୁ ଜେଲ ନିଆଗଲା ।

ଆଜି ଏହାର ପ୍ରତିବାଦ କରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ମାଡ଼ିଯାଉଥିଲା ବେଳେ ପୋଲିସ ହୋଟେଲ ସ୍ୱସ୍ତି ସାମନାରେ ରାସ୍ଥା ଅବରୋଧ କରିବା ସହିତ ନେତୃବୃନ୍ଦ ମାନେ ଆଗକୁ ଯିବାକୁ ଦେଲେ ନାହିଁ । କଂଗ୍ରେସ ନେତୃବର୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତଳିକା ଦାହ କଲେ । ମୋଦି ସରକାର ଛାତ୍ର ବିରୋଧି ସରକାରର ନାରା ଦେବା ସହିତ ତାନାସାଇ ସରକାରର ସମୟ ସରିଆସିଲାଣି ବୋଲି ନାରାବାଜି କରିବା ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କର ଇସ୍ତଫା ଦାବି କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଆଇସିସି ପର୍ଯ୍ୟବେକ୍ଷକ ରାଜେଶ ଲିଲୋଠିଆ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ଶିବାନନ୍ଦ ରାୟ, ଅନନ୍ତ ସେଠୀ, ପ୍ରକାଶ ଜେନା, ମନୋରଞ୍ଜନ ଦାଶ, ରଞ୍ଜିତ ପାତ୍ର, ୟାସିର ନୱାଜ, ଅରବିନ୍ଦ ଦାସ, ରଜନୀ ମହାନ୍ତି, ବାଙ୍କନିଧି ବେହେରା, ହଳଧର ସେଠୀ, ମାନସ ମଲ୍ଲିକ, ମାନସ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ତରୁଣ ମିଶ୍ର, ଜୟଶ୍ରୀ ପାତ୍ର, ପ୍ରଶାନ୍ତ ଚମ୍ପତ୍ତି, ଅଶୋକ ଦାସ, ବିଶ୍ୱଜିତ ମହାନ୍ତି, ସୂର୍ଯ୍ୟକାନ୍ତ ଜେନା, ମହମ୍ମଦ ଗୁଲଫାମ, ସନ୍ତୋଷ ପ୍ରଧାନ, ଅଜୟ ମହାପାତ୍ର, ସତ୍ୟ ନାୟକ, ଶ୍ରୀୟା ମହାନ୍ତି, ଜୟଶ୍ରୀ ପାତ୍ର, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି,ଯୋଗୀନାଥ ବାହୁବଳେନ୍ଦ୍ର, ଅକ୍ଷୟ ଦାସ, ସଂକୁନା କହଁର, ରାଜ କିଶୋର ବାରିକ, କୈଳାସ ସାହୁ, ଦେବାଶିଷ ରାଉତ, ତାପସ ସେଠୀ, ଆତ୍ମରାମ ପତି, କାର୍ତ୍ତିକେଶ୍ୱର କାଣ୍ଡି, ଗୋପନ ମାର୍ଥା , ଅଜୟ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking