27.2 C
Bhubaneswar
Wednesday, July 22, 2026
Homeଓଡିଶାନିଲଠିଆ କେନ୍ଦ୍ର ସରକାର

ନିଲଠିଆ କେନ୍ଦ୍ର ସରକାର

ଭୁବନେଶ୍ୱର: କଂଗ୍ରେସର ସର୍ବମାନ୍ୟ ନେତା ତଥା ନେତା ପ୍ରତିପକ୍ଷ ରାହୁଳ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସର ବେଆଇନ ଓ ଅମାନୁଷିକ ବ୍ୟବହାର ତଥା କଂଗ୍ରେସ ଦଳର ତିନିଗୋଟି ଦାବୀକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l
ଏହି ସମ୍ମିଳନୀରେ ପୂର୍ବତନ ଏଆଇସିସି ଅନୁସୂଚିତ ବିଭାଗ ଅଧ୍ୟକ୍ଷ ରାଜେଶ ନିଲଠିଆ କେନ୍ଦ୍ର ସରକାରଙ୍କ ଛାତ୍ରମାରଣ ନୀତିକୁ କଡା ସମାଲୋଚନା କରିଛନ୍ତି l ସେ କହିଛନ୍ତି, ଯେଉଁ ଛାତ୍ର ଦିନେ ଭାରତକୁ ଗଢିବେ ଓ ଦିଗଦର୍ଶନ ଦେବେ ତାଙ୍କ ଭବିଷ୍ୟତକୁ ନେଇ କ୍ରମାଗତ ଭାବରେ ଖେଳି ଚାଲିଛି l ବିଗତ ନିଟ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହୋଇ ପରୀକ୍ଷା ରଦ୍ଦ ହେଲା l ଏହାଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ 22 ଜଣ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ l କେନ୍ଦ୍ରରେ ବସିଥିବା ବିଜେପି ସରକାର ପ୍ରତିଜ୍ଞା କରିଛି ସେମାନେ ଯାହା ତ୍ରୁଟି କଲେ ମଧ୍ୟ ଉତ୍ତରଦାୟିତ୍ୱ ନେବେ ନାହିଁ କିମ୍ବା ଇସ୍ତଫା ଦେବେ ନାହିଁ l

ଶିକ୍ଷାନୀତିକୁ ସରକାର ସମ୍ପୂର୍ଣ ଧୂଳିସାତ କରି ମୂର୍ଖ ତିଆରି କରିବାକୁ ଚାଁହୁଛି ତେଣୁ ଦେଶର ଏଭଳି ପରିସ୍ଥିତିରେ ଛାତ୍ରଙ୍କୁ ନିଜ ଭବିଷ୍ୟତ ପାଇଁ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ ଏବଂ ଛାତ୍ରଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ କଂଗ୍ରେସ ଦଳ ପ୍ରସ୍ତୁତ ବୋଲି କହିବା ସହ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ସଂସଦରେ ନିଟକୁ ନେଇ ସ୍ୱତନ୍ତ୍ର ଆଲୋଚନା ଏବଂ ଏତଲା ଦାୟର ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଉପରୁ ଏଫଆଇଆର ପ୍ରତ୍ୟାହାର କରାଯିବାକୁ ଦାବୀ କରିଛନ୍ତି l ସେ ପୁଣି କହିଛନ୍ତି ଯେ, ଆମେ ରାହୁଳ ଗାନ୍ଧୀଙ୍କ ସିଂହ, ଭୟ କଣ ଆମେ ଜାଣୁନା ତେଣୁ ପୋଲିସ ଭୟ ଦେଖାଇ ସରକାର ଦବାଇ ଦେବୁ ବୋଲି ଭାବିବା ହାସ୍ୟାସ୍ପଦ ବୋଲି ଶ୍ରୀ ନୀଲଠିଆ କହିଥିଲେ l ଆଜିର ଛାତ୍ରୋଂ କି ଗୁଞ୍ଜ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନୀଲଠିଆଙ୍କ ସମେତ ଏଆଇସିସି ପୂର୍ବତନ ସମ୍ପାଦକ ଡଃ ବିଶ୍ୱ ରଞ୍ଜନ ମହାନ୍ତି, ଓପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି, ଯୁବ କଂଗ୍ରେସ ଜାତୀୟ ସମ୍ପାଦକ ସ୍ମୃତି ରଞ୍ଜନ ଲେଙ୍କା, ମଟଲାଲ ଡୁଙ୍ଗଡୁଙ୍ଗ ଅଂଶ ଗ୍ରହଣ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking