35.1 C
Bhubaneswar
Sunday, May 10, 2026
Homeଓଡିଶାବାଲିଅନ୍ତା ଘଟଣାରେ ୪ ପୋଲିସ ସସପେଣ୍ଡ

ବାଲିଅନ୍ତା ଘଟଣାରେ ୪ ପୋଲିସ ସସପେଣ୍ଡ

ଭୁବନେଶ୍ୱର: ବାଲିଅନ୍ତା ଭିଡ ହତ୍ୟା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ । ବଦଳିଲେ ବାଲିଅନ୍ତା ଥାନା ଆଇଆଇସି, ୪ ପୋଲିସ ସସପେଣ୍ଡ । ଜଣେ ଏସଆଇ, ଜଣେ ଏଏସଆଇ, ଜଣେ ଓଏପିଏଫଙ୍କୁ ସସପେଣ୍ଡ କରାଯାଇଛି । ଜଣେ କନଷ୍ଟେବଲ ସସପେଣ୍ଡ ସହ ହୋମଗାର୍ଡ କାର୍ଯ୍ୟରୁ ଅନ୍ତର କରାଯାଇଛି । ବାଲିଅନ୍ତା ଆଇଆଇସି ଅନୀଲ ପରିଡା ୟୁପିଡି, ଭୁବନେଶ୍ୱର ମୁଖ୍ୟାଳୟକୁ ବଦଳି କରାଯାଇଛି । ଇନସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଦାୟିତ୍ୱ ଦିଆଯାଇଛି। ସୂଚନା ଥାଉକି, ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଜିଆରପି କନଷ୍ଟେବଲ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପୋଲିସଙ୍କ ଉପସ୍ଥିତିରେ ଏକ ପଡିଆକୁ ନେଇ ପିଟି ପିଟି ହତ୍ୟା କରିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଯାହାକି ରାଜ୍ୟବାସୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଘଟଣାସ୍ଥଳକୁ ଯାଇ ଡିଜିପି, ମହିଳା କମିଶନ ଅଧ୍ୟକ୍ଷା ପରିଦର୍ଶନ କରିଥିଲେ । ୨ ପୀଡିତାଙ୍କ ଘରକୁ ଯାଇ ବୟାନ ରେକର୍ଡ କରିଥିଲେ । ଆଜି କ୍ରାଇମବ୍ରାଞ୍ଚ ମଧ୍ୟ ୨ ଟିମ ଗଠନ କରି ୧୦ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ପରିବାର ଲୋକେ ଉଚ୍ଚସ୍ତରୀୟ ଏବଂ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking